ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ: ଚତୁର୍ଥ ରାଉଣ୍ଡରେ ଆଗୁଆ ଋଷି ସୁନକ
ଜୁଲାଇ 19 ରେ ଅନୁଷ୍ଠିତ ଟୋରୀ ନେତୃତ୍ୱ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନରେ ଋଷି ସୁନକ ତାଙ୍କ 1 ନମ୍ବର ସ୍ଥାନ ବଜାୟ ରଖିଥିଲେ ଏବଂ ତୃତୀୟ ରାଉଣ୍ଡରେ 115 ରୁ ତାଙ୍କ ଭୋଟ୍ ଅଂଶ କୁ 118 କୁ ବୃଦ୍ଧି କରିଥିଲେ।
ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ରିଟିଶର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ । ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦ ଏକ ପ୍ରକାର ସଫା ହୋଇଥିବା କୁହାଯାଉଛି । ପିଏମ ଗାଦି ନିକଟରତର ହେଉଛନ୍ତି ଋଷି । କଞ୍ଜରଭେଟିବ୍ ପାର୍ଟି ସଦସ୍ୟଙ୍କ ମତଦାନରେ ତୃତୀୟ ରାଉଣ୍ଡ ଭୋଟିଂରେ ବିଜୟ ହାସଲ କରି ଶୀର୍ଷରେ ରହିଥିଲେ ଋଷି ସୁନକ । ତୃତୀୟ ରାଉଣ୍ଡରେ ତାଙ୍କୁ 115 ଖଣ୍ଡ ଭୋଟ ମିଳିଥିବା ବେଳେ ଆଜି ତାଙ୍କୁ 118 ଖଣ୍ଡ ଭୋଟ ମିଳିଛି। ଋଷି ସୁନକଙ୍କୁ ଟକ୍କର ଦେଉଛନ୍ତି ପେନା ମୋର୍ଡଣ୍ଟ ଓ ଲିଜ ଟ୍ରସ ।

ଜୁଲାଇ 19 ରେ ଅନୁଷ୍ଠିତ ଟୋରୀ ନେତୃତ୍ୱ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନରେ ଋଷି ସୁନକ ତାଙ୍କ 1 ନମ୍ବର ସ୍ଥାନ ବଜାୟ ରଖିଥିଲେ ଏବଂ ତୃତୀୟ ରାଉଣ୍ଡରେ 115 ରୁ ତାଙ୍କ ଭୋଟ୍ ଅଂଶ କୁ 118 କୁ ବୃଦ୍ଧି କରିଥିଲେ। କଞ୍ଜରଭେଟିବ୍ ପାର୍ଟିରେ ପ୍ରଥମ ରାଉଣ୍ଡ ଭୋଟିଂରେ ସେ ବିଜୟ ହାସଲ କରିଥିଲେ । ଏଲିମିନେସନ ରାଉଣ୍ଡ ଭୋଟିଂରେ ଋଷିଙ୍କୁ 25 ପ୍ରତିଶତ ଭୋଟ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ 88 ଭୋଟ ଓ ଦ୍ବିତୀୟରେ 101 ଭୋଟ ପାଇଁ ଆଗୁଆ ଥିଲେ ଋଷ ସୁନକ । ଏହି ବିଜୟ ପରେ ଋଷି ସୁନକଙ୍କୁ ଆଗାମୀ ଦିନରେ ଗ୍ରେଟ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶାରଦ ମତ ରଖିଲେଣି ।
ପ୍ରଥମେ ଋଷି 2015 ରେ ସାଂସଦ ହୋଇଥିଲେ। ତାଙ୍କୁ 2020 ରେ ଜନସନଙ୍କ ଦ୍ୱାରା ବ୍ରିଟେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ପଦବୀରେ ନିଯୁକ୍ତ କରାଯାଇଥିଲା । ଯଦି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଭାରତୀୟ କିମ୍ବା ଏସୀୟ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି ହେବେ ଯିଏ ଏହି ପଦବୀରେ ରହିବେ ।












Click it and Unblock the Notifications