ପଳାତକ ନୀରବ ମୋଦିଙ୍କୁ ଲାଗିଲା ଝଟକା; ବ୍ରିଟେନ ହାଇକୋର୍ଟ ଖାରଜ କଲେ ଆବେଦନ
PNB ରେ ଏକ ଅରବ ଡଲାର ଠକେଇ କରି ପଳାୟନ କରିଥିବା ନୀରବ ମୋଦିର ଜାମିନ ଆବେଦନକୁ ୟୁକେ ହାଇକୋର୍ଟ ୧୦ମ ଥର ପାଇଁ ଖାରଜ କରିଦେଇଛନ୍ତି। ନୀରବ ମୋଦିକୁ ୨୦୧୯ ରେ ବ୍ରିଟେନରେ ଅଟକ ରଖାଯାଇଥିଲା। ସେବେଠାରୁ ସେ ଜାମିନ ପାଇବା ପାଇଁ ୧୦ ଥର କୋର୍ଟରେ ଆବେଦନ କରିଛନ୍ତି।

ଇଡି ଏକ ସରକାରୀ ପୋଷ୍ଟରେ ସୂଚନା ଦେଇଛି ଯେ ୟୁକେ ହାଇକୋର୍ଟ ନୀରବ ମୋଦି କରିଥିବା ଆବେଦନର ଶୁଣାଣି କରି ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିକୁ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି। ଚଳିତ ସପ୍ତାହର ଆରମ୍ଭରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିକୁ ନିଶ୍ଚିତ କରି ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା। କୁହାଯାଇଥିଲା ଯେ ନୀରବ ମୋଦିର ଜାମିନ ଆବେଦନକୁ ଲଣ୍ଡନର କିଙ୍ଗସ ବେଞ୍ଚ ଡିଭିଜନ ଖାରଜ କରିଦେଇଛନ୍ତି।












Click it and Unblock the Notifications