ଉଗାଣ୍ଡାରେ ଇବୋଲା ଭାଇରସ ଯୋଗୁଁ ସ୍କୁଲ ବନ୍ଦ
ଉଗାଣ୍ଡାରେ ଇବୋଲା ଭାଇରସ ଯୋଗୁଁ ସ୍କୁଲ ବନ୍ଦ । ମୁବେଣ୍ଡେ ଏବଂ କାସାଣ୍ଡାରେ ଲକଡାଉନ୍ ଲାଗୁ କରିଥିବା ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଇବୋଲା ପ୍ରକୋପରେ 141 ଟି ମାମଲା ମଧ୍ୟରୁ 55 ଜଣଙ୍କ ପ୍ରାଣହାନୀ ହେଲାଣି ।
କାମ୍ପାଲା: ଇବୋଲାର ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଉଗାଣ୍ଡାରେ ଶୁକ୍ରବାର ଦେଶବ୍ୟାପୀ ବିଦ୍ୟାଳୟ ବନ୍ଦ ନେଇ ଘୋଷଣା କରାଯାଇଛି। ଅତ୍ୟଧିକ ସଂକ୍ରାମକ ରୋଗରେ 8 ଜଣ ପିଲାଙ୍କ ମୃତ୍ୟୁ ପରେ ଚଳିତ ମାସ ପ୍ରାରମ୍ଭରେ କାର୍ଯ୍ୟକାଳ ଶେଷ ହେବାର ଦୁଇ ସପ୍ତାହ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଘୋଷଣା କରାଯାଇଥିଲା।
କିନ୍ତୁ ନିକଟରେ ରାଜଧାନୀ କାମ୍ପାଲା ଏବଂ ମୁବେଣ୍ଡେ, କାସାଣ୍ଡାର କେନ୍ଦ୍ରସ୍ଥଳରେ ଚିହ୍ନଟ ହୋଇଥିବା ନୂତନ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଜେନ୍ ରୁଥ୍ ଆସେଙ୍ଗ କହିଛନ୍ତି। ସେ କହିଛନ୍ତି, "ଉଗାଣ୍ଡା ପାଇଁ ଇବୋଲା ବିରୁଦ୍ଧରେ ଏହି ଲଢେଇରେ ପ୍ରମୁଖ ସଫଳତା ହେଉଛି, ଏଠିକାର ବାସିନ୍ଦା ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଛନ୍ତି ଯେ ଇବୋଲା ମାରାତ୍ମକ ।

ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଆମେ ଏହି ଯୁଦ୍ଧ ଜିତିବାକୁ ଚାହୁଁ ଏବଂ ଉଗାଣ୍ଡା ଜିତିବାର ସଙ୍କେତ ଅଛି ତେବେ ଆମେ ଜନସଂଖ୍ୟାକୁ ସତର୍କ ରହିବାକୁ ଏବଂ ସ୍ୱାସ୍ଥ୍ୟ ଦଳସହିତ ସହଯୋଗ କରିବାକୁ ଉତ୍ସାହିତ କରୁଛୁ। ଉଗାଣ୍ଡାର ଡବ୍ଲ୍ୟୁଏଚଓ କାର୍ଯ୍ୟାଳୟ ଗୁରୁବାର କହିଛି ଯେ ନଭେମ୍ବର 22 ସୁଦ୍ଧା କାମ୍ପାଲାରେ 9 ଦିନ, ମୁବେଣ୍ଡେରେ 10 ଦିନ ଏବଂ କାସାଣ୍ଡାରେ 12 ଦିନ ପାଇଁ କୌଣସି ମାମଲା ଚିହ୍ନଟ କରାଯାଇ ନାହିଁ।
ମୁବେଣ୍ଡେ ଏବଂ କାସାଣ୍ଡାରେ ଲକଡାଉନ୍ ଲାଗୁ କରିଥିବା ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଏହି ପ୍ରକୋପ 141 ଟି ମାମଲା ମଧ୍ୟରୁ 55 ଜଣଙ୍କ ଜୀବନ ନେଇଛି। ଏଠାରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ, ବ୍ୟକ୍ତିଗତ ଯାତ୍ରା ଉପରେ ପ୍ରତିବନ୍ଧକ ଏବଂ ବଜାର, ବାର୍ ଏବଂ ଚର୍ଚ୍ଚ ଆଦି ବନ୍ଦ ରହିଛି।
"ଆମେ ବିଶ୍ୱାସ କରୁ ଯେ ସେମାନେ ବିଦ୍ୟାଳୟରେ ରହିବା ଅପେକ୍ଷା ଆମ ସହିତ ସୁରକ୍ଷିତ, ଯେଉଁଠାରେ ଆମେ ପରିସ୍ଥିତିର ଗ୍ୟାରେଣ୍ଟି ଦେଇପାରିବୁ ନାହିଁ।ସେପ୍ଟେମ୍ବର 20 ରେ ମୁବେଣ୍ଡେରେ ଏହି ପ୍ରକୋପ ଘୋଷଣା ହେବା ପରଠାରୁ, ଏହି ରୋଗ ପୂର୍ବ ଆଫ୍ରିକୀୟ ରାଷ୍ଟ୍ରରେ ବ୍ୟାପିଛି । ରାଷ୍ଟ୍ରପତି ୟୋୱେରୀ ମୁସେଭେନି ଦେଶବ୍ୟାପୀ କୋଭିଡ ପରି ପ୍ରତିବନ୍ଧକ ଲଗାଇବାକୁ ବାରମ୍ବାର ମନା କରିଦେଇଛନ୍ତି। ଡବ୍ଲ୍ୟୁଏଚଓ ମାନଦଣ୍ଡ ଅନୁଯାୟୀ, କ୍ରମାଗତ 42 ଦିନ ପାଇଁ କୌଣସି ନୂତନ ମାମଲା ନହେଲେ ଏହି ରୋଗର ପ୍ରକୋପ ଶେଷ ହୁଏ - ଏହି ରୋଗର ଇନକ୍ୟୁବେସନ୍ ଅବଧିର ଦୁଇଗୁଣ ।
ଇବୋଲାର କୌଣସି ଟିକା ନାହିଁ, ଯଦିଓ ଅନେକ କ୍ଲିନିକାଲ୍ ପରୀକ୍ଷଣ ଚେଷ୍ଟା କରୁଛନ୍ତି । ଶାରୀରିକ ତରଳ ପଦାର୍ଥ ମାଧ୍ୟମରେ ଇବୋଲା ବ୍ୟାପିଥାଏ । ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, ବାନ୍ତି, ରକ୍ତସ୍ରାବ ଏବଂ ଡାଇରିଆ । ବିଶେଷକରି ସହରୀ ପରିବେଶରେ ଏହାର ପ୍ରକୋପକୁ ନିୟନ୍ତ୍ରଣ କରିବା କଷ୍ଟକର ।












Click it and Unblock the Notifications