ଟ୍ରମ୍ପ ସରକାରଙ୍କ ବଡ଼ ନିଷ୍ପତ୍ତି! ଆମେରିକାରୁ ବିଦା ହେବେ ୫ ଲକ୍ଷରୁ ଅଧିକ ପ୍ରବାସୀ
ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ପ୍ରବାସୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ଚାଲିଛନ୍ତି। ଏହିକ୍ରମରେ ତାଙ୍କ ପ୍ରଶାସନ କ୍ୟୁବା, ହାଇତି, ନିକାରଗୁଆ ଏବଂ ଭେନଜୁଏଲାର ଲକ୍ଷାଧିକ ପ୍ରବାସୀଙ୍କ ଅସ୍ଥାୟୀ ସୁରକ୍ଷା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। 'ଡିପାର୍ଟମେଣ୍ଟ ଅଫ୍ ହୋମଲାଣ୍ଡ ସିକ୍ୟୁରିଟି' ପକ୍ଷରୁ ଏହି ଘୋଷଣା କରାଯାଇଛି। ମାସେ ମଧ୍ୟରେ ଏହି ପ୍ରବାସୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି।

ଏହି ନିର୍ଦ୍ଦେଶ ଉକ୍ତ ୪ ଦେଶର ପ୍ରାୟ ୫ ଲକ୍ଷ ୩୨ ହଜାର ନାଗରିକଙ୍କ ପାଇଁ କାର୍ଯ୍ୟକାରୀ ହେବ। ଏମାନେ ୨୦୨୨ ଅକ୍ଟୋବରରୁ ଆମେରିକାରେ ରହୁଛନ୍ତି। ହୋମଲାଣ୍ଡ ସିକ୍ୟୁରିଟିର ସଚିବ କ୍ରିଷ୍ଟି ନୋଇମ କହିଛନ୍ତି ଯେ ଏହି ପ୍ରବାସୀ ନାଗରିକ ଆର୍ଥିକ ପ୍ରାୟୋଜକଙ୍କ ମାଧ୍ୟମରେ ଦୁଇ ବର୍ଷ ପାଇଁ କାମ କରିବାକୁ ଆସିଥିଲେ। ଏବେ ଏହି ପ୍ରବାସୀଙ୍କ ଆଇନଗତ ସୁରକ୍ଷା ରଦ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି।
ଏପ୍ରିଲ ୨୪ରୁ କିମ୍ବା ନୋଟିସ ଜାରି ହେବାର ୩୦ ଦିନ ମଧ୍ୟରେ ସେମାନେ ବୈଧାନିକ କ୍ଷମତା ହରାଇବେ। ଏହି ନୂଆ ନୀତି ଦ୍ବାରା 'ହ୍ୟୁମାନିଟାରିଆନ ପାରୋଲ ପ୍ରୋଗ୍ରାମ' ଦ୍ବାରା ଆମେରିକା ଆସିଥିବା ବିଦେଶୀ ନାଗରିକ ପ୍ରଭାବିତ ହେବେ। ତେବେ ମୋଟ କେତେ ଲୋକଙ୍କ ପାଖରେ ଆଇନଗତ ସୁରକ୍ଷା ରହିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।












Click it and Unblock the Notifications