ଭାରତ-ଚୀନ୍ ସୀମା ବିବାଦ: ବଡ଼ ମନ୍ତବ୍ୟ ଦେଲା ଆମେରିକା
ଭାରତ-ଚୀନ୍ ସୀମାରେ ବିବାଦୀୟ ଅଂଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ବେଳେ ଡେପ୍ସାଙ୍ଗ ଓ ଡେମ୍ଚୋକରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପ୍ସାଙ୍ଗ ଓ ଡେମ୍ଚୋକ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି ଏବଂ କେବଳ କିଛି ସାମରିକ ଭିତ୍ତିଭୂମି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।
ଅନ୍ୟପଟେ ଭାରତ ଏବଂ ଚୀନ୍ ମଧ୍ୟରେ ଏଏଲସି ଚୁକ୍ତି ଉପରେ ଆମେରିକା ନଜର ରଖିଛି। ଏନେଇ ଆମେରିକା ବଡ଼ ମନ୍ତବ୍ୟ ଦେଇଛି। ଆମେରିକା କହିଛି ସୀମା ତିକ୍ତତା ହ୍ରାସକୁ ଆମେ ସ୍ୱାଗତ କରୁଛୁ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି।

ସେ କହିଛନ୍ତି, 'ଆମେ ଘଟଣାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମେ ବୁଝିପାରୁଛୁ ଯେ କଣ୍ଟ୍ରୋଲ୍ ଲାଇନ୍ରେ ଥିବା ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ଉଭୟ ଦେଶ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିବାକୁ ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ ଏହି ପ୍ରସଙ୍ଗରେ ଆମେରିକାର କୌଣସି ଭୂମିକା ଅଛି କି, ସେ ଉତ୍ତର ଦେଲେ, ନା, ଆମେ ଭାରତୀୟ ଭାଗିଦାରୀଙ୍କଠାରୁ ଏହି ବିଷୟରେ ସୂଚନା ନେଇଛୁ, କିନ୍ତୁ ଏଥିରେ ଆମର କୌଣସି ଭୂମିକା ନାହିଁ।












Click it and Unblock the Notifications