ୟାଗି ତାଣ୍ଡବରେ ଗଲାଣି ୧୪୧ ଜୀବନ, ଏବେ ବି ଅନେକ ନିଖୋଜ

ଭିଏତନାମ: ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଛି। ଯାହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି। ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ ସଂଘଟିତ ବନ୍ୟା ଏବଂ ଭୂସ୍ଖଳନରେ ୧୪୧ ଜଣଙ୍କର ମୃତ୍ୟୁ ହେବା ସହ ୫୯ ଜଣ ନିଖୋଜ ଅଛନ୍ତି ।

ଭିଏତନାମର ଜାତୀୟ ଜଳ- ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ରାଜଧାନୀ ହାନୋଇଠା ଠାରେ ପ୍ରବାହିତ ରେଡ୍ ରିଭରରେ ଜଳସ୍ତର ବିପଦ ସଂକେତ ଠାରୁ ଉର୍ଦ୍ଧ୍ୱରେ ରହିଛି । ସେହିପରି କେନ୍ଦ୍ର ପକ୍ଷରୁ ଥାଓ ନଦୀରେ ମଧ୍ୟ ଜଳସ୍ତର ଅଧିକ ବୃଦ୍ଧି ପାଇବ ବୋଲି ସତର୍କ ସୂଚନା ଜାରି କରାଯାଇଛି । । ଭିଏତନାମ ଉତ୍ତର ପୂର୍ବାଞ୍ଚଳ ଉପକୂଳରେ ଗତ ଶନିବାର ଦିନ ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ଭୂସ୍ଖଳ ସ୍ଖଳନ ହୋଇଥିଲା । ଫଳରେ ସେଠାକାର ଶିଳ୍ପାଞ୍ଚଳ ଏବଂ ଜନବସତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Typhoon Yagi

ଗତ ୩୦ ବର୍ଷ ମଧ୍ୟରେ ଭିଏତନାମରେ ସାମୁଦ୍ରିକ ଝଡ଼ 'ୟାଗି' ହେଉଛି ସବୁଠାରୁ ଶକ୍ତିଶାଳୀ ଝଡ଼, ଯାହା ଭିଏତନାମର ଉତ୍ତର ଭାଗରେ ବିପର୍ଯ୍ୟୟ ସୃଷ୍ଟି କରିଛି । ଫୁ ଥୋ ପ୍ରଦେଶର ଫୋଙ୍ଗ ଚାଉ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଅନେକ ଯାନବାହନ ପାଣି ଘେରରେ ରହିଛି ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି । ୟାଗି ବାତ୍ୟାରେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ପୋଲ, ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଭିଏତନାମ ପୂର୍ବରୁ ଦକ୍ଷିଣ ଚୀନ୍ ଓ ଫିଲିପାଇନ୍ସରେ ମଧ୍ୟ ୟାଗି ଝଡ଼ ଯୋଗୁଁ ୨୪ ଜଣ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ଗତକାଲିର ଏକ ଭାଇରାଲ ଭିଡ଼ିଓ ଛାତି ଥରାଇ ଦେଇଥିଲା । ଗତକାଲି ଲାମ ଥାଓ ଓ ତାମ ନଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ଫୋଙ୍ଗ ଚାଉ ବ୍ରିଜ୍ ଦେଖୁଦେଖୁ ହଠାତ୍ ଭୁଶୁଡ଼ି ପଡୁଛି। ଯାହା ଫଳରେ ବ୍ରିଜ ଉପରେ ଚଳାଚଳ କରୁଥିବା ଅନେକ ଗାଡି ନିମିଷକେ ରେଡ୍ ନଦୀ ମଧ୍ୟକୁ ଖସିପଡୁଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ବ୍ରିଜ ଭୁଶୁଡିଲା ସମୟରେ ପଛରେ ଆସୁଥିବା ଟ୍ରକ୍ ଡ୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ ବି ସୁଯୋଗ ମିଳିନି। ଫଳରେ ଟ୍ରକ୍‌ଟି ନଦୀ ଭିତରେ ଖସିପଡ଼ିଥିଲା। କିନ୍ତୁ ସୌଭାଗ୍‌ଯବଶତଃ ଏକ ବାଇକ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+