ଟାଇଫୁନ୍ ’ରାଗାସା’ର ତାଣ୍ଡବ, ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ମହାବାତ୍ୟା ଛୁଇଁଛି ଚୀନ ଉପକୂଳ
ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ମହାବାତ୍ୟା 'ରାଗାସା' ବୁଧବାର ସନ୍ଧ୍ୟାରେ ଚୀନ ଉପକୂଳ ଛୁଇଁଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୪୧ କିମି ରହିଛି। ଚୀନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ସମୟ ଅପରାହ୍ଣ ୫ଟାରେ ଏହା ଗୁୱାଙ୍ଗଡଙ୍ଗ ପ୍ରଦେଶର ହେଲିଂ ଦ୍ବୀପ ନିକଟରେ ସ୍ଥଳଭାଗ ଛୁଇଁଛି। ମହାବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବହିବା ଆରମ୍ଭ କରିଛି। ପବନର ବେଗ ଘଣ୍ଟାପ୍ରତି ୨୪୧ କିମିକୁ ବୃଦ୍ଧି ପାଇବାର ଅନୁମାନ କରାଯାଇଛି।

ଚୀନର ଦକ୍ଷିଣ-ପୂର୍ବ ଗୁୱାଙ୍ଗଡଙ୍ଗ ପ୍ରଦେଶରେ ଏହା ଲ୍ୟାଣ୍ଡଫଲ କରିବା ପୂର୍ବରୁ ତାଇୱାନାରେ ଏହା ବ୍ୟାପକ କ୍ଷତି ଘଟାଇଛି। 'ରାଗାସା' ପ୍ରଭାବରେ ତାଇୱାନରେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୩୦ଜଣ ନିଖୋଜ ହୋଇଛନ୍ତି। ରାଗାସା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଦକ୍ଷିଣ ଚୀନରେ ୨୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି। ବର୍ଷା ଓ ପବନ ସମୟରେ ମାଟି ଅତଡା ଧସିବା ଆଶଙ୍କା ପରି ଗୁୱାଙ୍ଗଡଙ୍ଗ ପ୍ରଦେଶ ପାଇଁ ରେଡ ଆଲଟ୍ ଜାରି କରାଯାଇଛି।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications