Get Updates
Get notified of breaking news, exclusive insights, and must-see stories!

ଫିଲିପାଇନ୍ସରେ ତାଣ୍ଡବ ରଚିଲା ବାତ୍ୟା କାଲମାଏଗି, ୧୫୫ କିମି ବେଗରେ ବହିଲା ପବନ

ଫିଲିପାଇନ୍ସକୁ ହିଟ୍ କଲା ଟାଇଫୁନ କାଲମାଏଗି । ସିଲାଗୋରେ ଲ୍ୟାଣ୍ଡଫଲ ପରେ କେନ୍ଦ୍ରୀୟ ଫିଲିପାଇନ୍ସରେ ତାଣ୍ଡବ ରଚିଛି ଟାଇଫୁନ କାଲମାଏଗି । ସୋମବାର ମଧ୍ୟ ରାତ୍ରିରେ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ବେଳେ, ୧୫୫ କିମି ବେଗରେ ବହିଥିଲା ପବନ । ସେହିପରି ଝଟକା ପବନ ୧୯୦ କିମି ଯାଏ ବହିଥିଲା । ବିଶେଷ କରି ଫିଲିପାଇନ୍ସର ଲେଟେ ଓ ସମର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ସାମୁଦ୍ରିକ ଝଡ଼ । ବହୁ ଘରଦ୍ବାର ଭାଙ୍ଗିଥିବା ବେଳେ, ବଡ ବଡ଼ ଗଛ, ଇଲେକ୍ଟ୍ରି ପୋଲ ମାଟିରେ ମିଶିଛି ।

cyclone

ଉପକୂଳବର୍ତ୍ତୀ ସେବୁ ଓ ନେଗ୍ରୋସରେ ୩ ମିଟର ଉଚ୍ଚର ଜୁଆର ଆସିଥିବା ସୂଚନା ମିଳିଛି । ଏପଟେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଭିସାୟସ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ, ରାସ୍ତା ଘାଟ ବନ୍ଦ ହୋଇଯାଇଛି । ବିମାନ ଉଡ଼ାଣ ବାତିଲ କରାଯାଇଥିବାରୁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି ଲ୍ୟାଣ୍ଡଫଲ ପରେ ଟାଇଫୁନ କାଲମାଏଗି ସୁଲୁ ସାଗର ଉପରେ ଥିବାବେଳେ ଧୀରେ ଧୀରେ ଦୁର୍ବଳ ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+