ତାଇୱାନରେ ପ୍ରକୃତି ରଚିଲା ମୃତ୍ୟୁର ତାଣ୍ଡବ; ୨ ମୃତ, ଅନେକ ଆହତ

ତାଇଓ୍ୱାନରେ ମାଡ଼ ହେଲା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଡାନାସ । ଆଇଲାଣ୍ଡର ଘନ ଜନବସତି ବିଶିଷ୍ଟ ପଶ୍ଚିମ ଉପକୂଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଖବର ମୁତାବକ, ରବିବାର ବିଳମ୍ବିତ ରାତିରେ ପଶ୍ଚିମ ଉପକୂଳରେ ଟାଇଫୁନ୍ ସ୍ଥଳଭାଗ ଛୁଇଁଥିଲା । ୧୪୪ କିଲୋମିଟର ବେଗରେ ପବନ ବହିଥିଲା । ଡାନାସ୍ ଯୋଗୁଁ ୫,୮୦,୦୦୦ ରୁ ଅଧିକ ପରିବାର ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି । ତାଇୱାନର ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଂଶରେ ସ୍କୁଲ ଏବଂ ଅଫିସ୍ ବନ୍ଦ ରହିଛି ।

rain in cyclone

ଜାତୀୟ ଅଗ୍ନିଶମ ସଂସ୍ଥା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ସହର ତାଇଓ୍ୱାନରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି । ଜଣଙ୍କ ଉପରେ ଗଛରେ ପଡ଼ିବା ଯୋଗୁଁ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ଜଣଙ୍କର ବିଦ୍ୟୁତ ଅଭାବରୁ ଭେଣ୍ଟିଲେଟର ଖରାପ ହୋଇଯିବାରୁ ମୃତ୍ୟୁ ହୋଇଥିଲା । ଅତି କମରେ ୫୦୦ ଜଣ ଆହତ ହୋଇଛନ୍ତି । ବିମାନ ଚଳାଚଳ ବାତିଲ ହେବା ଯୋଗୁଁ ତାଇୱାନର ବାହାର ଦ୍ୱୀପପୁଞ୍ଜ ପେଙ୍ଗୁ, ମାତ୍ସୁ ଏବଂ ଗ୍ରୀନରେ ହଜାର ହଜାର ପର୍ଯ୍ୟଟକ ଫସି ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+