ମହିଳା ଫିଫା ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଫୁଟିଲା ଗୁଳି: ୨ମୃତ, ଧାର୍ଯ୍ୟ ସମୟରେ ହେବ ମ୍ୟାଚ୍
ମହିଳା ଫିଫା ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଫୁଟିଲା ଗୁଳି। ବିଶ୍ବକପ୍ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଗୁଳି ଫୁଟିଛି। ସେଣ୍ଟ୍ରାଲ ଅକଲାଣ୍ଡରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ପୋଲିସ ସମେତ ଅତି କମରେ ୬ ଜଣ ଆହତ ହୋଇଛନ୍ତି।
ତେବେ ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍ ଆରମ୍ଭ ନେଇ ସରକାର ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଓ ନରୱେ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିତ ଆୟୋଜନ ଅଧିକାର ମିଳିଛି।
ଯେଉଁଠାରେ ଅନେକ ଫୁଟବଲ ଖେଳାଳି ରହିଥିଲେ ସେଠାରେ ଏହି ଗୁଳି ବିନିମୟ ହୋଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ସୋସିଆଲ ମିଡିଆରେ ନିଜେ ସୁରକ୍ଷିତ ଥିବା ଜଣାଇଥିଲେ।

ପୋଲିସ୍ ଅପରେସନ୍ ବେଳେ ନରୱେ ଅଧିନାୟକ ମାରେନ୍ ମେଲଡେ ନରୱେ ଖବରକାଗଜ ଭର୍ଡେନ୍ସ ଗ୍ୟାଙ୍ଗକୁ କହିଛନ୍ତି ଯେ ସବୁ ଠିକ୍ ଠାକ୍ ଅଛି। ଆଜି ରାତିରେ ମ୍ୟାଚ୍ ପାଇଁ ଆମେ ସ୍ୱାଭାବିକ ଭାବରେ ପ୍ରସ୍ତୁତ ହେଉଛୁ।
ଗୁରୁବାର ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚରେ ନରୱେ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ।
ଖେଳାଳିମାନେ ସେମାନଙ୍କ ହୋଟେଲରୁ ବାହାରି ନ ଥିବାରୁ ଇଟାଲୀ ଦଳର ପ୍ରଶିକ୍ଷଣ ବିଳମ୍ବ ହୋଇଛି। ତେବେ ସ୍ଥିତ ଆସ୍ତେ ଆସ୍ତେ ସ୍ୱାଭାବିକ ହେଲାଣି । ପୂର୍ବ ନିର୍ଦ୍ଧାରିତ ସମୟରେ ସବୁ ହେବ।












Click it and Unblock the Notifications