ବଡ଼ଧରଣର ଭୂକମ୍ପ ଝଟକାରେ ଥରିଲା ଜାପାନ, ସୁନାମୀ ଭୟ
Japan Earthquke: ଗୁରୁବାର ଦିନ ଜାପାନରେ ମାତ୍ର କିଛି ବ୍ୟବଧାନ ମଧ୍ୟରେ ଦୁଇ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । କୁରିଲ ଦ୍ୱୀପପୁଞ୍ଜରେ ହୋଇଥିବା ଭୂକମ୍ପର ତୀବ୍ରତା 6.3 ମ୍ୟାଗ୍ନିଚ୍ୟୁଡରେ ରହିଥିଲା । ଏଥିରେ କୌଣସି କ୍ଷୟକ୍ଷତିର ଖବର ବର୍ତ୍ତମାନ ପ୍ରକାଶ ପାଇ ନାହିଁ । ଏଥିସହ ଅଧିକାରୀଙ୍କ ଅନୁଯାୟୀ ସୁନାମି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସ ଚେତାବନୀ ଦିଆଯାଇ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଗତ 3 ଦିନ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଘଟିଛି।

ଜାପାନର କୁରିଲ ଦ୍ୱୀପପୁଞ୍ଜରେ ଭୂକମ୍ପ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ନିଜ ଘର ଛାଡି ବାହାରକୁ ପଳାଯାଇଥିବା ପରି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ତେବେ ଭୂକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ । ୱନାଇଡେଟ୍ ଷ୍ଟେଟ୍ ଜିଓଲୋଜିକାଲ ସର୍ଭେ ରିପୋର୍ଟ ଅନୁସାରେ, ଭୂକମ୍ପର ପ୍ରଥମ ଝଟକା ଅପରାହ୍ନ 2.45ରେ ଆସିଥିଲା ଏବଂ ଏହା ପରେ ଅପରାହ୍ନ 3:07 ରେ 5.0 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଖବର ଅନୁଯାୟୀ ଗତ ତିନି ଦିନ ଧରି ଜାପାନରେ କ୍ରମାଗତ ଭାବରେ ଭୂକମ୍ପ ହେଉଥିବା ନେଇ ସୂଚନା ।
ଏହାପୂର୍ବରୁ ଜାପାନରେ 26 ଡିସେମ୍ବର ଏବଂ 27 ଡିସେମ୍ବରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। 26 ଡିସେମ୍ବରରେ ଜାପାନର ଇଜୁ ଦ୍ୱୀପରେ ଏବଂ 27 ଡିସେମ୍ବରରେ ହକ୍କାଇଡୋରେ ଭୂକମ୍ପ ଅନୁଭୂତ ହୋଇଥିଲା । ଚଳିତ ବର୍ଷ ଜାପାନରେ ଏକାଧିକ
ଥର ଭୂମିକମ୍ପ ଅନୁଭବ ହୋଇଛି । ଏହା ପୂର୍ବରୁ ଦକ୍ଷିଣପୂର୍ବ ଫିଲିପାଇନ୍ସରେ ୭.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବର୍ତ୍ତମାନ ଜାପାନର ଦକ୍ଷିଣପଶ୍ଚିମ ଉପକୂଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି ।
ସୂଚନାଥାଉ ଯେ, ମା'5 ତାରିଖରେ ୱେଷ୍ଟର୍ଣ୍ଣ ପ୍ରାନ୍ତରେ 6.5 ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଯେଉଁଥିରେ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ନେଇ ସୂଚନା ।












Click it and Unblock the Notifications