ବଦଳିଲା ଟ୍ୱିଟର ଲୋଗୋ: ନୀଳ ପକ୍ଷୀକୁ ଉଡ଼ାଇ ଦେଲେ ଏଲନ୍ ମସ୍କ, ଆସିଲା କଳା ରଙ୍ଗର 'ଏକ୍ସ"
Twitter New Logo: ବଦଳିଲା ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରର ଲୋଗୋ । ଟ୍ବିଟର ମାଲିକ ଏଲନ୍ ମସ୍କ ଆଜି ଆପର ଲୋଗ ବଦଳାଇ ଦେଇଛନ୍ତି । ନୀଳପକ୍ଷୀ ସ୍ଥାନରେ ଆସି ଲାଗିଛି କଳା ରଙ୍ଗର ଏକ୍ସ (X) ଲୋଗୋ । ଗତକାଲି ଚ୍ବିଟର ଲୋଗ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଥିଲେ ମକ୍ସ ।
ମସ୍କ ଗତ ବର୍ଷ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲା । ସେବେଠାରୁ ସେ ସାଇଟରେ ଅନେକ ପରିବର୍ତ୍ତନ କରି ଚାଲିଛନ୍ତି । ମସ୍କ ରବିବାର ବିଳମ୍ବିତ ରାତିରେ ଟ୍ବିଟ୍ କରି କହିଛନ୍ତି ଯେ ସେ ସୋମବାର ଲୋଗୋ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।

"ଖୁବଶୀଘ୍ର ଆମେ ଟ୍ୱିଟର ବ୍ରାଣ୍ଡ ଏବଂ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ ବୋଲି ମସ୍କ ଲେଖିଛନ୍ତି । ମାର୍କେଟିଂ ପରାମର୍ଶଦାତା ସଂସ୍ଥା ମେଟାଫୋର୍ସର ସହ-ପ୍ରତିଷ୍ଠାତା ଆଲାନ୍ ଆଡାମସନ କହିଛନ୍ତି ଯେ, X ସହିତ ମସ୍କର ଅତୀତ ଇତିହାସକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଆଶ୍ଚର୍ଯ୍ୟଜନକ ନୁହେଁ ।
କହିରଖୁ କି, ଟୁଇଟର ମାଲିକ ଏଲନ ମସ୍କ ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି । ଟୁଇଟରକୁ ସେ ସୁପର ଆପ ଭାବେ ବିକାସ କରିବାକୁ ଚାହୁଁଛନ୍ତି । ସୁପର ଆପରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ଅନଲାଇନ ପେମେଣ୍ଟ ଆଦି ବହୁ କାର୍ଯ୍ୟ ହୋଇପାରିବ ।
ମସ୍କଙ୍କ ରକେଟ୍ ନିର୍ମାଣ କମ୍ପାନୀ 'ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପ' ସାଧାରଣତ 'ସ୍ପେସ୍ ଏକ୍ସ' ଭାବରେ ଜଣାଶୁଣା । ସେ 1999 ରେ 'X.com' ନାମକ ଏକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଥିଲେ । ଯାହା ଏକ ଅନଲାଇନ୍ ଆର୍ଥିକ ସେବା କମ୍ପାନୀ ଅଟେ । ଏହା ବର୍ତ୍ତମାନ ପେପାଲ୍ ଭାବରେ ଜଣାଶୁଣା । ତେଣୁ ଏକ୍ସ ସହ ତାଙ୍କର ପୁରୁଣା ସମ୍ପର୍କ ଥିବାରୁ ଟ୍ବିଟର ଲୋଗ ପରିବର୍ତ୍ତନ ହୋଇ ଏପରି ହୋଇଥିବା ଚର୍ଚ୍ଚା ହେଉଛି ।












Click it and Unblock the Notifications