ଟ୍ୱିଟରକୁ ଫେରିଲା ‘ନୀଳ ପକ୍ଷୀ’, ହଟିଲା କୁକୁର
Twitter Logo: ପୁଣି ବଦଳିଲା ଟ୍ୱିଟର ଲୋଗୋ । ଟ୍ୱିଟରକୁ ଫେରିଲା 'ନୀଳ ପକ୍ଷୀ' । ହଟିଲା 'ଡଗି' ବା କୁକୁର ଲୋଗୋ ।
ଉଲ୍ଲେଖଥାଉ କି, ଗତ ୩ ତାରିଖରେ ବିଳମ୍ବିତ ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା । ଟ୍ୱିଟରର ଲୋଗୋ ବଦଳି ନୀଳ ପକ୍ଷୀ ବଦଳରେ 'ଡଗି' ହୋଇଥିଲା ନୂଆ ଲୋଗୋ । ଏଲନ ମସ୍କ ଟ୍ୱିଟର ଲୋଗୋ ବଦଳାଇ ଥିବା ସୂଚନା ମିଳିଥିଲା । ମାତ୍ର ୪ ଦିନରେ ପୁଣି ଥରେ ପୂର୍ବରୁ ଥିବା ନୀଳ ପକ୍ଷୀକୁ ଲୋଗୋ କରାଯାଇଛି ।

ମସ୍କ ଗତ ଫେବୃଆରୀରେ ଏକ କୁକୁର ଫଟୋ ଶେଆର କରି ନୂତନ ବସ୍ ଅଦଭୁତ ବୋଲି ଲେଖିଥିଲେ । ସେବେଠାରୁ ଟ୍ୱିଟରରେ କିଛି ବଡ଼ ପରିବର୍ତ୍ତନ ହୋଇ ପାରେ ବୋଲି ଆଶା କରାଯାଉଥିଲା । ଏହାପରେ ହଠାତ୍ ୪ ତାରିଖ ସକାଳୁ ଟ୍ୱିଟରର ଲୋଗୋ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା।
ଏହି 'ଡଗି' ଲୋଗୋଟି କ୍ରିପ୍ଟୋକରେନ୍ସିର ଡଜ କଏନ ସହିତ ସମାନ ରହିଥିଲା। ଏଲନ୍ ମସ୍କଙ୍କ ନୂଆ ଲୋଗା 'ଡଗି' ରଖିବା ପରେ କ୍ରେପ୍ଟୋ କରେନ୍ସୀ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ଟ୍ୱିଟରରେ 'ଡଗି' ଛବି ଲାଗିବା ପରେ ଡଜ କଏନର ବଢିଥିଲା । ଏବେ 'ଡଗି' ଲୋଗୋ ହଟିବା ପରେ ଡଜ କଏନ ମୂଲ୍ୟ ହ୍ରାସ ହେବାରେ ଲାଗିଛି । ଟ୍ୱିଟରର ଲୋଗୋ ବଦଳିବା ସହିତ ଡଜ କଏନ ମୂଲ୍ୟରେ ପ୍ରାୟ ୯ ପ୍ରତିଶତ ପର୍ଯ୍ଯନ୍ତ ହ୍ରାସ ହୋଇଛି ।

ସୂଚନାଥାଉ କି, ଗତବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ । ଏହାପରେ ସବୁବେଳେ ଟ୍ୱିଟରରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହେଉଛି । ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲକୁ ବାହାର କରି ଦେଇଥିଲେ ମସ୍କ । ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରିଥିଲେ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରା ଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ବନ୍ଦ କରିଥିଲା ଟ୍ୱିଟର । କେବଳ ବେଙ୍ଗାଲୁରୁରେ ଚାଲିଛି ଟ୍ୱିଟର ଅଫିସ ।












Click it and Unblock the Notifications