ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ହରାଇଲା ୨୦୦ମିଲିୟନ ଡଲାର

ପାକିସ୍ତାନକୁ ସମର୍ଥନ କରିବା ଏବେ ତୁର୍କୀକୁ ମହଙ୍ଗା ପଡିଛି । ଭାରତରେ ବୟକଟ୍‌ ତୁର୍କୀ ଅଭିଯାନ ଜାରି ରହିଥିବା ବେଳେ ତୁର୍କୀ ସାମଗ୍ରୀ ବୟକଟ୍‌ କରିବା ଯୋଗୁଁ ଆର୍ଥିକ କ୍ଷତି ସହୁଛି ତୁର୍କୀ । ଏପରିକି ଭାରତରେ ବ୍ୟବସାୟ କରୁଥିବା ତୁର୍କୀ କମ୍ପାନୀଗୁଡିକ ଖରାପ ସ୍ଥିତିରେ ଅଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ତୁର୍କୀ ବିମାନ ଚଳାଚଳ କମ୍ପାନୀ ସେଲେବି ।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ଭାରତ ସରକାର ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ସେବା ପ୍ରଦାନକାରୀ କମ୍ପାନୀ ସେଲେବି ଆଭିଏସନର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ବାତିଲ କରିଦେଇଥିଲେ ଏବଂ ଭାରତର ଏହି କାର୍ଯ୍ୟାନୁଷ୍ଠାନର ଏପରି ପ୍ରଭାବ ପଡିଥିଲା ଯେ ମାତ୍ର ଦୁଇ ଦିନରେ କମ୍ପାନୀର ମୂଲ୍ୟାଙ୍କନ ଏକ ତୃତୀୟାଂଶ ହ୍ରାସ ପାଇଥିଲା । କେବଳ ସେତିକି ନୁହେଁ ଭାତରରେ କାମ କରୁଥିବା କମ୍ପାନୀର ପ୍ରାୟ ୩୮୦୦ କର୍ମଚାରୀଙ୍କ ଚାକିରି ମଧ୍ୟ ବିପଦରେ ପଡିଛି । ଜାତୀୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

Turkey s love for Pakistan cost it dearly

ଉଲ୍ଲେଖନୀୟ ଯେ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟି ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ ସେଲିବି ଏୟାପୋର୍ଟ ସର୍ଭିସେସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କୁ ୨୧ ନଭେମ୍ବର ୨୦୨୨ରେ ଏକ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଏଜେନ୍ସି ଭାବରେ ସୁରକ୍ଷା ମଞ୍ଜୁରୀ ଦିଆଯାଇଥିଲା । ଯାହାକୁ ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି । ସେଲିବି ଆଭିଏସନ୍‌ ଦେଶର ୯ଟି ପ୍ରମୁଖ ବିମାନବନ୍ଦରରେ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଏବଂ କାର୍ଗୋ କାର୍ଯ୍ୟ କରୁଥିଲା । ଏଥିରେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସମ୍ବେଦନଶୀଳ ବିମାନବନ୍ଦର ଅନ୍ତର୍ଭୁକ୍ତ ରହିଛି । ଭାରତର ଏଭଳି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଯୋଗୁଁ ସେଲେବି ବିମାନବନ୍ଦର ସେବା ଭାରତ ମୂଲ୍ୟରେ ପ୍ରାୟ ୨୦୦ମିଲିୟନ ଡଲାର (୨୦କୋଟି ଡଲାର) କ୍ଷତି ହୋଇଛି । ଯାହାକି ତୃର୍କୀକୁ ଏକ ତୃତୀୟାଂଶ କ୍ଷତି ସହିବାକୁ ପଡିଛି ।

ଗତ ୨୨ଏପ୍ରିଲରେ ପହଲଗାଓଁ ଆତଙ୍କୀ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହାର କଡା ଜବାବ ଦେବାକୁ ଯାଇ ଅପରେସନ ସିନ୍ଦୂର କରିଥିଲା ଭାରତ । ପାକିସ୍ତାନ ମାଟିରେ ଭାରତୀୟ ସେନା ପ୍ରବେଶ କରି ଏୟାର ଆଟାକ୍‌ କରି ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିଥିଲେ । ଏଥିରେ ଭୟରେ ଥରହର ହୋଇଥିବା ପାକିସ୍ତାନ ଭାରତ ଉପରେ ପ୍ରହାର କରିବା ଲାଗି ମିସାଇଲ ମାଡ କରିବାକୁ ପ୍ରୟାସ କରିଥିବା ବେଳେ ଏହାକୁ ବିଫଳ କରାଇଥିଲେ ଭାରତୀୟ ସେନା । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଚୀନ ଓ ତୁର୍କୀ ପାକିସ୍ତାନକୁ ସହଯୋଗ ଓ ସମର୍ଥନ କରିଥିଲେ । କେବଳ ସେତିକି ନୁହେଁ ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ନିଆଯାଇଥିବା ଆତଙ୍କବାଦ ବିରୋଦୀ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମାଲୋଚନା କରାଯାଇଥିଲା । ସେବେଠୁ ବୟକଟ୍‌ ତୁର୍କୀ ଅଭିଯାନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+