ଦେଖିଲେ, ଛାତି ଥରି ଯିବ: ମାଟି ତଳେ ମୃତ୍ୟୁକୁ ଦେଉଛି ମାତ୍ କଅଁଳ ଜୀବନ
ତୁର୍କୀ-ସରିଆରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 8 ହଜାର ପାର କରିଛି । ଗତ ସୋମବାର ହୋଇଥିବା ଭୂକମ୍ପ ଏଠାରେ ସବୁକିଛି ଧ୍ୱଂସ କରି ଦେଇଛି ।

Turkey-Syria Earthquakes: ଯଦି ଏ ଦୃଶ୍ୟ ଦେଖିବେ । ଆପଣଙ୍କ ଛାତି ଥରି ଯାଇପାରେ । ଆପଣ ଡରି ଯାଇପାରନ୍ତି । ଆପଣଙ୍କ ହୃତ୍ ସ୍ପନ୍ଦନ ରହିଯାଇ ପାରେ । କାରଣ ଏ ଦୃଶ୍ୟ ଏବେ ସାରା ବିଶ୍ୱକୁ ଆଚମ୍ପିତ କରି ଦେଇଛି । ତୁର୍କୀ-ସିରିଆ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟରୁ ଆସୁଛି ଏମିତି କିଛି ଚିତ୍ର ।
ମିଳିଥିବା ସୂଚନାନୁସାରେ, ତୁର୍କୀ-ସରିଆରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 8 ହଜାର ପାର କରିଛି । ଗତ ସୋମବାର ହୋଇଥିବା ଭୂକମ୍ପ ଏଠାରେ ସବୁକିଛି ଧ୍ୱଂସ କରି ଦେଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ଧ୍ୱଂସାବଶେଷ କୋଠା ମାନଙ୍କ ତଳୁ ଖୋଜିଖୋଜି ଜୀବିତ ଥିବା ଲୋକମାନଙ୍କ ଉଦ୍ଧାର କରୁଛନ୍ତି।
ଧ୍ୱଂସାବ ଶେଷ ତଳେ କଅଁଳ ଜୀବନ

ଧ୍ୱଂସାବ ଶେଷ ତଳେ ଉଦ୍ଧାରକାରୀ ଟିମ୍କୁ ହଠାତ୍ ଶୁଣିବାକୁ ମିଳିଲା ଏକ ଶିଶୁର କାନ୍ଦିବା ଶବ୍ଦ । ସିରିଆର ଏଲପୋ ସହରରୁ ଏହି ଘଟଣା ସାମ୍ନାକୁ ଆସିଛି । କାରଣ ଶିଶୁର ଅଧା ଅଂଶ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବେଳେ ପେଟ ଉପର ଅଂଶ ବାହାରକୁ ବାହାରି ରହିଥିଲା। ମୁଣ୍ଡରେ ଆଘାତ ଯୋଗୁ ରକ୍ତ ବୋହି ଚାଲିଥିଲା। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ହଟାଇ ଶିଶୁ ପାଖରେ ପହଞ୍ଚିବାକୁ ଯେତେ ଆଗଉ ଥାଏ କାନ୍ଦ ସେତେ ଅଧିକ ଶୁଣାଯାଉଥାଏ। ଶେଷରେ ତାକୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲକୁ ପଠା ଯାଇଥିଲା। ଏହି ଶିଶୁ ଉଦ୍ଧାର କରିବା ବେଳେ ନିଆଯାଇଥିବା କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କ ହୃଦୟର ଉଦ୍ବେଗକୁ ବଢ଼ାଇ ଦେଇଛି।
ସାନ ଭାଇକୁ 17 ଘଣ୍ଟା ସୁରକ୍ଷିତ ରଖିଥିଲା ସାତ ବର୍ଷର ଝିଅ

ଏହି ଫଟୋଟିକୁ ଦେଖିଲେ ଆପଣଙ୍କ ଦେହ ଥରି ଉଠୁଥିବ । ଜାତିସଂଘର ପ୍ରତିନିଧୀ ମହମ୍ମଦ ସଫା ଟ୍ୱିଟରରେ ଏହି ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, 7 ବର୍ଷର ଝିଅ, ଯିଏକି 17 ଘଣ୍ଟା ଧରି ଧ୍ୱଂସାବ ଶେଷ ତଳେ ତାର ସାନ ଭାଇକୁ ସୁରକ୍ଷା ଦେବା ପାଇଁ ଭାଇର ମୁଣ୍ଡରେ ହାତ ରଖିଥିଲେ । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ଏଠାରେ ଘଟିଥିବା ଭୂକମ୍ପରେ ଅନେକ ଶିଶୁ ନିଜର ବାପା, ମା'ଙ୍କୁ ହରାଇଛନ୍ତି। ମା' ପାଖକୁ ଯିବାକୁ ଶିଶୁମାନେ କାନ୍ଦୁଥିବା ବେଳେ ସେମାନଙ୍କୁ ବୁଝାଇବା ଉଦ୍ଧାରକାରୀ ଦଳ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେହିପରି ଅନେକ ବାପା, ମା' ନିଜର ପିଲାମାନଙ୍କୁ ମଧ୍ୟ ଖୋଜୁଛନ୍ତି। ପିଲାମାନଙ୍କୁ ନ ପାଇ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଚାରିଆଡ଼େ କେବଳ ବିଭୀଷିକାର ଦୃଶ୍ୟ ଓ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳୁଛି। ଯାହା ହୃଦୟକୁ ଥରାଇ ଦେଉଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications