Operation Sindoor: ଭାରତ ଆକ୍ରମଣ ଉପରେ ଏଭଳି କିଛି ବୟାନ ଦେଲା ତୁର୍କି

ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜାମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ସାମରିକ କାର୍ଯ୍ୟକୁ "ଅପରେସନ ସିନ୍ଦୁର" ନାମ ଦିଆଯାଇଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ବରୂପ ଏହି ହମଲା କରାଯାଇଛି, ଯେଉଁଥିରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା।

Operation Sindoor ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ହମଲାରେ ପାକିସ୍ତାନର ବାହାଓାଲପୁର, ମୁରିଦେ, ସିଆଲକୋଟ ଏବଂ ପିଓକେର ମୁଜଫ୍ଫରାବାଦ, କୋଟଲି ଆଦି ଅଞ୍ଚଳରେ ଥିବା ମୋଟ ୯ଟି ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରାଯାଇଥିଲା। ଏହି ଶିବିରଗୁଡ଼ିକ ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ଲସ୍କର-ଏ-ତୈବା (ଏଲଇଟି) ପରି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ହମଲା "ର୍ନିଦ୍ଦିଷ୍ଟ, ସଂଯତ ଏବଂ ଅଣ-ଉତ୍ତେଜକ" ଥିଲା ଏବଂ କୌଣସି ପାକିସ୍ତାନୀ ସାମରିକ ସ୍ଥାନକୁ ଲକ୍ଷ୍ୟ କରାଯାଇ ନଥିଲା।

Operation Sindoor ଏହି ଅପରେଶନରେ ଭାରତୀୟ ସେନା, ନୌସେନା ଓ ବାୟୁସେନା ମିଳିତ ଭାବେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍କାଲ୍ପ ମିସାଇଲ, ହାମର ବୋମା ଏବଂ ଲଏଟରିଂ ମ୍ୟୁନିସନ୍ସ (କାମିକାଜେ ଡ୍ରୋନ) ପରି ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିସାରା ଏହି ଅପରେସନକୁ ନିରୀକ୍ଷଣ କରିଥିବା ସୂଚନା ମିଳିଛି।

turkey

ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ଆହତ ଏବଂ ୨ଜଣ ନିଖୋଜ ହୋଇଛନ୍ତି । ସେହିପରି ଚାଇନା ଡେଲିରେ ପାକିସ୍ତାନର ବିରୋଧ କାର୍ଯ୍ୟକୁ ସମର୍ଥନ କରାଯାଇଛି ।

ତୁର୍କୀର ମିଡ଼ିଆରେ ପାକିସ୍ତାନର ସୂଚନାମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଥିଲେ ଯେ ଭାରତର ମିସାଇଲ ମାଡ ସାଧାରଣ ନାଗରିକଙ୍କ ଜୀବନ ହାନି କରିଛି । ସେହିପରି ଡେଲି ଶୁଭା ରେ କୁହାଯାଇଛି ଯେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ କଡା ଜବାବ ଦେବାକୁ ଚେତାବନୀ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+