ତୁର୍କୀ ପୋଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ
Turkye Bomb Blast: ତୁର୍କୀ ରାଜଧାନୀ ଆଙ୍କାରା ସ୍ଥିତ ପୋଲିସ ହେଟକ୍ୱାର୍ଟରେ ଆତଙ୍କବାଦୀ ଆକ୍ରମଣ । ଆଜି ସକାଳ ୯ଟା ବେଳେ ଆତ୍ମଘାତୀ ବିସ୍ଫୋରଣରେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ରହିଛି । ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି । ତେବେ ଏହି ଘଟଣାରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କେତେ କ୍ଷୟ କ୍ଷତି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଏନେଇ ସୋସିଆଲ ମିଡିଆରେ ତୁର୍କୀ ଗୃହମନ୍ତ୍ରୀ ଅଲି ୟେରଲିକାୟ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ୨ ଜଣ ଆତଙ୍କବାଦୀ କମର୍ସିଆଲ ଗାଡ଼ିରେ ଆସି ନ୍ୟାସନାଲ ପୋଲିସ ହେଡକ୍ୱାର୍ଟର ନିକଟରେ ପହଞ୍ଚିଥିଲେ ଏବଂ ଭିଡ଼ ମଧ୍ୟକୁ ଯାଇ ନିଜକୁ ବିସ୍ଫୋରଣରେ ଉଡାଇଦେଇଥିଲା ।
ତେବେ ଏହି ଘଟଣାରେ ୨ ପୋଲିସ କର୍ମୀ ଆହତ ହୋଇଥିବା ନେଇ ସୂଚନା ରହିଛି । ମନ୍ତ୍ରଣାଳୟ ଭବନ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ପାଇଁ ଦୁଇ ଆକ୍ରମଣକାରୀ ଦାୟୀ ବୋଲି ଗୃହ ମନ୍ତ୍ରୀ ଅଲି ୟେରଲିକାୟ କହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ଉଡ଼ାଇ ଦେଇଥିବା ବେଳେ ଅନ୍ୟ ଆତଙ୍କବାଦୀଙ୍କୁ ପୋଲିସ କାବୁ କରିନେଇଛି । ସେ ଆହୁରି କହିଛନ୍ତି, ଏହି ଆକ୍ରମଣ ପରେ ସଂସଦ ଭବନ ଏବଂ ଗୃହ ମନ୍ତ୍ରଣାଳୟ ଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସିନେମା କୋସେଗ୍ଲୁଙ୍କ ଅନୁଯାୟୀ, 'କିଛି ଦିନ ମଧ୍ୟରେ ସଂସଦ ପୁନଃକାର୍ଯ୍ୟ ଆରମ୍ଭ କରାଯିବାର ଥିଲା ଯେଉଁଥି ପାଇଁ ଆଜି ଆଲୋଚନା ହୋଇଥାନ୍ତେ । ଆଜି ଦିନ ୨ ଟା ବେଳେ ରାଷ୍ଟ୍ରପତିଙ୍କ ସମେତ ସମସ୍ତ ସାଂସଦ ସଂସଦରେ ପହଞ୍ଚି ଥାନ୍ତେ ହେଲେ ଏହା ପୂର୍ବରୁ ବିସ୍ଫୋରଣ ଘଟିଥିଲା।" ଖବର ଅନୁସାରେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତଦନ୍ତ ଜାରି ରହିଛି । ତୁର୍କୀ କର୍ତ୍ତୃପକ୍ଷ ଆଇଏସ୍ଆଇଏଲ୍ (ଆଇଏସ୍) ସଦସ୍ୟଙ୍କ ବିରୋଧରେ ଅଭିଯାନ ଚଳାଇଥିବା ଆରମ୍ଭ କରିଛନ୍ତି ।












Click it and Unblock the Notifications