ପୁଣି ପାକିସ୍ତାନ ସେନା ଉପରେ ବଡ଼ ଆକ୍ରମଣ କଲା ଟିଟିପି, ୧୧ ଯବାନ ମୃତ

ପାକିସ୍ତାନର ଆଫଗାନିସ୍ତାନ ସୀମାରେ ଆତଙ୍କୀ ହମଲା । ସାମରିକ କନଭୟ ଉପରେ ଆତଙ୍କବାଦୀମାନେ ଆଟାକ୍ କରିଛନ୍ତି । ଫଳରେ ନଅ ଜଣ ଅର୍ଦ୍ଧସାମରିକ ସୈନିକ ଓ ଦୁଇ ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ରାସ୍ତାରେ ବୋମା ଖଞ୍ଜାଯାଇଥିଲା । ପରେ କନଭୟ ଉପରେ ଗୁଳିମାଡ କରାଯାଇଥିଲା । ଏହି ଆକ୍ରମଣ ଉତ୍ତର-ପଶ୍ଚିମ ଜିଲ୍ଲା କୁର୍ରମରେ ଘଟିଛି ।

TTP Attack on Pakistan Convoy

ପାକିସ୍ତାନୀ ସେନା ଏକ ବିବୃତ୍ତିରେ କହିଛି ଯେ ଅପରେସନ ସମୟରେ ଆତଙ୍କବାଦୀମାନେ ମଧ୍ୟ ନିହତ ହୋଇଥିଲେ। ପାକିସ୍ତାନୀ ତାଲିବାନ ଆକ୍ରମଣରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ଜଣେ ମେଜର ମଧ୍ୟ ପ୍ରାଣ ହରାଇଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୁନୈଦ ଆରିଫ୍ ମେଜର ତୈୟବ ରାହତଙ୍କ ସହିତ ଏହି ଅପରେସନର ନେତୃତ୍ୱ ନେଉଥିଲେ।

ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରାଯାଇଛି। ଏହି ଗୋଷ୍ଠୀ ପାକିସ୍ତାନ ସରକାରଙ୍କୁ ପରାସ୍ତ କରି ଏହାର କଠୋର ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଛି। ଅନ୍ୟପକ୍ଷରେ, ପାକିସ୍ତାନ ଦାବି କରୁଛି ଯେ ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନରେ ତାଲିମ ନିଅନ୍ତି ଏବଂ ପାକିସ୍ତାନରେ ଆକ୍ରମଣ କରନ୍ତି, ଏହି ଦାବିକୁ କାବୁଲ ବାରମ୍ବାର ଖଣ୍ଡନ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+