ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ, ୪୪ ଦେଶରେ ଆସିପାରେ....
ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାମିର ତରଙ୍ଗ ୪ ମିଟର ପର୍ଯ୍ୟନ୍ତ ହୋଇପାରେ। ସୁନାମିର ତରଙ୍ଗ ପୂର୍ବରୁ ରୁଷିଆର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ଉତ୍ତର ଦ୍ୱୀପ ହୋକାଇଡୋର କିଛି ଅଂଶରେ ପହଞ୍ଚିସାରିଛି। ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି।
ଏହି ଭୂକମ୍ପର ପ୍ରଭାବରେ ରୁଷିଆ, ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜରେ ୩ ମିଟରରୁ ଅଧିକ ଉଚ୍ଚତାର ଲହଡ ଆସିପରେ ବୋଲି ଅନୁମାନ କରାଯାଇଛି। ଇକ୍ୱେଡର, ଚିଲି, କୋଷ୍ଟାରିକା, ଫରାସୀ ପଲିନେସିଆ, ଗୁଆମ, ହାୱାଇ, ଜାପାନ, ଜାର୍ଭିସ ଦ୍ୱୀପ, ଜନଷ୍ଟନ ଆଟଲ, କିରିବାଟି, ମିଡୱେ ଦ୍ୱୀପ, ପାଲମିରା ଦ୍ୱୀପପୁଞ୍ଜ, ପେରୁ, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜରେ ୧ ରୁ ୩ ମିଟର ଉଚ୍ଚତାର ସୁନାବି ଆସିବାର ସମ୍ଭବନା ରହିଛି।

ସେହିପରି ବ୍ରୁନେଇ, ଚାଇନା, ଉତ୍ତର କୋରିଆ (ଡିପିଆରକେ), ମାଲେସିଆ, ଦକ୍ଷିଣ କୋରିଆ (କୋରିଆ ଗଣରାଜ୍ୟ), ଭିଏତନାମରେ ୦.୩ ମିଟରରୁ କମଉଚ୍ଚତାର ସୁନାମି ଆସିପାରେ ବୋଲି ଅନୁମାନ କରାଯାଇଛି। ତେବେ ଭାରତ ପାଇଁ ସୁନାମି ଭୟ ନ ଥିବା କୁହାଯାଉଛି।












Click it and Unblock the Notifications