ଟୋଙ୍ଗାରେ ସୁନାମୀ ସତର୍କତା ଜାରି
ମିଆଁମାର ଓ ଥାଇଲ୍ୟାଣ୍ଡରେ ପ୍ରଳୟ ପରେ ରବିବାର ଟୋଙ୍ଗାରେ ଭୟଙ୍କର ଭୂକମ୍ପର ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ତଥାପି, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, ଟୋଙ୍ଗାରେ ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରର ଏହି ଦ୍ୱୀପ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଟୋଙ୍ଗାର ନିୟୁ ଉପକୂଳରେ ୧ ମିଟର ଉଚ୍ଚର ଜୁଆର ମାଡ଼ ହେବାର ସମ୍ଭାବନା ରହିଛି। ପ୍ରଶାନ୍ତ ମହାସାଗର ସୁନାମୀ ଚେତାବନୀ କେନ୍ଦ୍ର, ଚେତାବନୀ ଜାରି କରି କହିଛି ଯେ ଭୂକମ୍ପ କେନ୍ଦ୍ରରୁ ୩୦୦ କିଲୋମିଟର ଯାଏଁ ବଡ଼ ବଡ଼ ଜୁଆର ଉଠିବା ଆଶଙ୍କା ରହିଛି। ସେପଟେ ଟୋଙ୍ଗାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ସମୁଦ୍ର ତଟ ଓ ବେଳାଭୂମୀ ଠାରୁ ଦୁରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Click it and Unblock the Notifications