ଭୂକମ୍ପରେ ଥରିଲା ଜାପାନ,ସୁନାମୀ ଆଲର୍ଟ ଜାରି
ଭୂକମ୍ପରେ ଥରିଲା ଜାପାନ । ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ତଟୀୟ ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ଜାପାନର ରାଜଧାନୀ ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜରେ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି।
ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ଚାଚିଜୋ ଦ୍ୱୀପର ୟାନେନ୍ ଅଞ୍ଚଳରେ ପ୍ରାୟ ୫୦ ସେଣ୍ଟିମିଟରର ଏକ ଛୋଟ ସୁନାମି ପରିଲକ୍ଷିତ ହୋଇଥିଲା। ହାଚିଜୋ ଦ୍ୱୀପଠାରୁ ପ୍ରାୟ ୧୮୦ କିଲୋମିଟର ଦକ୍ଷିଣରେ ଏହି ସାମୁଦ୍ରିକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସ୍ଥାନ ରାଜଧାନୀ ଟୋକିଓର ପ୍ରାୟ ୩୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟାରେ ଇଜୁ ଦ୍ୱୀପରେ ଭୂମିକମ୍ପର ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଛି । ଏହାର ପ୍ରଭାବରେ ୧ ମିଟର ପର୍ଯ୍ୟନ୍ତ ଉଚ୍ଚ ଲହରୀ ମାଡ଼ିଆସିବାର ଆଶଙ୍କା କରାଯାଉଛି । ଗତ ମାସରେ ଦକ୍ଷିଣ ଜାପାନର ମିୟାଜାକି ପ୍ରିଫେକ୍ଟରରେ ୭.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଆସିଥିଲା । ଏଥିରେ ୧୬ ଜଣ ଆହତ ହୋଇଥିଲେ । ଏହା ସହିତ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିଲା ।












Click it and Unblock the Notifications