ଘଣ୍ଟାଏରେ ୫ ଥର ଭୂକମ୍ପ: ସୁନାମି ସତର୍କତା ଜାରି
ପୁଣି ଭୂକମ୍ପ ଝଟକାରେ ଥରିଲା ରୁଷିଆ । ରୁଷିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚ ଥର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ରବିବାର ରୁଷିଆରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ୭.୪ ଥିଲା ।
ଖବର ମୁତାବକ, ରୁଷିଆର ସବୁଠାରୁ ବଡ଼ ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରଠାରୁ ୧୪୪ କିଲୋମିଟର ପୂର୍ବରେ ୨୦ କିଲୋମିଟର ଗଭୀରରେ ଥିଲା । ଏହାର କିଛି ମିନିଟ୍ ପୂର୍ବରୁ ନିକଟସ୍ଥ ଅଞ୍ଚଳରେ ୬.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । କେବଳ ସେତିକି ନୁହେଁ, ଏହାପରେ ତୁରନ୍ତ ଆଉ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁ ଧନଜୀବନ ହାନିର କୌଣସି ସୂଚନା ମିଳିନାହିଁ ।
ରୁଷିଆର ସବୁଠାରୁ ବଡ଼ ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରଠାରୁ ୧୪୪ କିଲୋମିଟର ପୂର୍ବରେ ୨୦ କିଲୋମିଟର ଗଭୀରରେ ଥିଲା। ଏହି ସହରର ଜନସଂଖ୍ୟା ୧,୮୦,୦୦୦। ଏହାର କିଛି ମିନିଟ୍ ପୂର୍ବରୁ, ନିକଟସ୍ଥ ଅଞ୍ଚଳରେ ୬.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଏହା ସହିତ ଆଉ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଧନଜୀବନ ହାନିର କୌଣସି ସୂଚନା ମିଳିନାହିଁ।

ଆମେରିକା ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ) ଅନୁଯାୟୀ, ରୁଷିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ତିନୋଟି ବଡ଼ ଭୂକମ୍ପ ରେକର୍ଡ କରାଯାଇଛି, ଯେଉଁଥିରୁ ଗୋଟିଏର ତୀବ୍ରତା ୭.୪ ଥିଲା। ସେହି ସମୟରେ, ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ଉପକୂଳର ସମାନ ଅଞ୍ଚଳରେ ୩୨ ମିନିଟ୍ ବ୍ୟବଧାନରେ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା।












Click it and Unblock the Notifications