ଟ୍ରମ୍ପଙ୍କ ନିଷ୍ପତ୍ତି ନଷ୍ଟ କରିପାରେ ଆମେରିକାର 'ସ୍ୱାସ୍ଥ୍ୟ', ଭାରତର ହାତରେ ଅଛି....

ଭାରତ ଉପରେ ଲାଗୁ ହୋଇଥିବା ୨୫% ଆମେରିକାର ଟାରିଫ୍‌ ଦେଶର ଅନେକ କ୍ଷେତ୍ରକୁ ପ୍ରଭାବିତ କରିବ। ଏହାର ପ୍ରଭାବ ଫାର୍ମା କ୍ଷେତ୍ର ଉପରେ ମଧ୍ୟ ଦେଖାଯିବ, କିନ୍ତୁ ଏହି ପ୍ରଭାବ ଆମେରିକାରେ ପଡ଼ିବ। ଭାରତୀୟ ଔଷଧ ରପ୍ତାନି ପ୍ରୋତ୍ସାହନ ପରିଷଦ (ଫାର୍ମେକ୍ସସିଲ) କହିଛି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅଗଷ୍ଟ ୧ରୁ ଭାରତରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲାଗୁ ହେବା ଦ୍ୱାରା ଆମେରିକାରେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଏହି ଟାରିଫ୍‌ ଯୋଗୁ, ଆଗାମୀ ସମୟରେ ଆମେରିକାର ଗ୍ରାହକ ଏବଂ ସ୍ବାସ୍ଥ୍ୟ କ୍ଷେତ୍ର କ୍ଷତିଗ୍ରସ୍ତ ହେବେ।

ଫାର୍ମେକ୍ସିଲ ଚ;ୟାରମ୍ୟାନ ନମିତ ଜୋଶୀ କହିଛନ୍ତି, ଆମେରିକା ବଜାର ଔଷଧ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚା ମାଲ ଓ କମ ମୂଲ୍ୟର ଜେନେରିକ ଔଷଧ ପାଇଁ ଭାରତ ଉପରେ ବହୁତ ଅଧିକ ନିର୍ଭରଶୀଳ । ଏହାର ବିକଳ୍ପ ଖୋଜିବା ଆମେରିକା ପାଇଁ ଏତେ ସହଜ ନୁହେଁ । କାରଣ ଯାହା ବି ସେମାନେ ଅନ୍ୟ କେଉଁଠୁ ଆଣିବେ ତାହାର ଗୁଣବତ୍ତା ଭାରତୀୟ ଦ୍ରବ୍ୟ ପରି ହେବ ନାହିଁ ।

trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଏମିତି ସମୟରେ ଟାରିଫ ଲଗାଇଛନ୍ତି, ଯେଉଁ ସମୟରେ ଉଭୟ ଦେଶ ମଧ୍ୟରେ ଦ୍ବିପେକ୍ଷିକ ବ୍ୟାପାର ବୁଝାମଣା (BTA) ଉପରେ ଆଲୋଚନା ଚାଲିଛି । ଏପରି ଟାରିଫ ପରେ ଆଲୋଚନା ସହଜ ହେବ ନାହିଁ । ଏହାବାଦ ଋଷ ଠାରୁ ସୈନ୍ୟ ଉପକରଣ ଓ ତେଲ କିରିବା ଉପରେ ଅତିରିକ୍ତ ଜରିମାନା ଲଗାଇବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ନିଜ ଦାବି ହାସଲ କରିବା ପାଇଁ ଟ୍ରମ୍ପ ଭାରତ ଉପରେ ଏମିତି ଟାରିଫ ଲଗାଇ ଥିବା କୁହାଯାଉଛି ।

ଫାର୍ମକ୍ସିଲ ଚେୟାରମ୍ୟାନ କହିଛନ୍ତି, ଦୀର୍ଘ ବର୍ଷ ହେବ ଭାରତ ଦୁନିଆକୁ କମ ମୂଲ୍ୟ ଓ ଉତ୍ତମ ଗୁଣବତ୍ତାର ଔଷଧ ଯୋଗାଇ ଆସୁଛି । ଆମେରିକା ନିଜର ଜେନେରିକ ଔଷଧ ଆବଶ୍ୟକତାର ୪୭ ପ୍ରତିଶତ ଭାରତରୁ ଆମଦାନୀ କରିଥାଏ । ଫର୍ମେକ୍ସିଲ ପକ୍ଷରୁ କୁହାଯାଇଛି, ଭାରତୀୟ ଔଷଧ କମ୍ପାନୀ ଜୀବନ ରକ୍ଷକ କ୍ୟାନସର ଔଷଧ, ଆଣ୍ଟିବାୟୋଟିକ୍ସ ଓ ପୁରୁଣା ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ କମ ମୂଲ୍ୟରେ ଯୋଗାଇ ଥାଏ । ଏହି ସପ୍ଲାଏ ଚେନରେ କୌଣସି ପ୍ରକାରର ପ୍ରତିବନ୍ଧକ ଔଷଧ ଅଭାବ ଓ ମୂଲ୍ୟ ବୃଦ୍ଧିର କାରଣ ହୋଇପାରେ । ଯାହା ନା କେବଳ ଆମେରିକାର ସାଧାରଣ ଜନତା ବରଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗଭୀର ପ୍ରଭାବିତ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+