କାଲିଠୁ ଆମେରିକାରେ ଟ୍ରମ୍ପଙ୍କ ସରକାର, ଶପଥ ଉତ୍ସବରେ ସାମିଲ ହେବେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ
କାଲିଠୁ ଆମେରିକାରେ ନୂଆ ସରକାର । ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏଥର ଆମେରିକାରେ କିଛି ହେବାକୁ ଯାଉଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ପରମ୍ପରା ଅନୁସାରେ, ଆମେରିକାର ରାଷ୍ଟ୍ରପତି ପାଖାପାଖି ୪୦ ବର୍ଷ ହେଲାଣି ଯେଉଁ ସ୍ଥାନରେ ଶପଥ ନେଉଥିଲେ ଏଥର ସେହି ସ୍ଥାନରେ ପରିବର୍ତ୍ତନ କରାଯାଇଛି । ପ୍ରବଳ ଥଣ୍ଡା ସହ ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ରଖି ଆସନ୍ତାକାଲି ଯୁଏସ୍ କ୍ୟାପିଟାଲ ଭିତରେ ଶପଥଗ୍ରହଣ ଉତ୍ସବ ହେବ । ପ୍ରଥମ ଥର ଲାଗି ଏହିଠାରେ ଶପଥ ଉତ୍ସବ ହେବାକୁ ଯାଉଥିବାରୁ ପ୍ରସ୍ତୁତି ବି ଜୋରଦାର ହେଉଛି ।

୧୯୮୫ରୁ ୨୦୨୫ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରୁଥିଲେ । ହେଲେ ଏଥର ସେହି ସ୍ଥାନରେ ଆଉ ଶପଥଗ୍ରହଣ ହେବ ନାହିଁ । କାରଣ ବର୍ତ୍ତମାନ ସମୟରେ, ଆମେରିକାରେ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭୂତ ହେଉଛି । ତେଣୁ ଖୋଲା ସ୍ଥାନରେ ଶପଥ ଗ୍ରହଣ ସମାରୋହ ଅସମ୍ଭବ ହୋଇ ପଡୁଛି ।
ଟ୍ରମ୍ପଙ୍କୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା, ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ନିଜର ଶପଥ ଗ୍ରହଣ ଉତ୍ସବକୁ ଆଡମ୍ୱରପୂର୍ଣ୍ଣ କରିବାକୁ ସବୁପ୍ରକାର ତୟାରୀ କରିଛନ୍ତି ଟ୍ରମ୍ପ । କାରଣ ବିଗତ ଦିନରେ ଅର୍ଥାତ୍ ୧୫୦ ବର୍ଷ ହେଲାଣି ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଦେଶୀ ଅତିଥି ଯୋଗ ଦେବାର ନଜିର ନଥିଲା । ହେଲେ ଏଥର ବିଦେଶୀ ଅତିଥିମାନେ ଯୋଗ ଦେଉଛନ୍ତି । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯୋଗ ଦେଉଥିବା ବେଳେ ଚୀନର ଉପରାଷ୍ଟ୍ରପତି ବି କାର୍ଯ୍ୟକ୍ରମତରେ ସାମିଲ ହେଉଛନ୍ତି । ଟ୍ରମ୍ପ ଆସନ୍ତାକାଲି ଯେଉଁ ସ୍ଥାନରେ ଶପଥ ନେଉଛନ୍ତି, ସେହି ସ୍ଥାନରେ ଶେଷଥର ଲାଗି ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଶେଷଥର ଲାଗି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ହେଲେ ଏବେ ପ୍ରବଳ ଥଣ୍ଡା ହେଉଥିବାରୁ ଶପଥ ସ୍ଥାନ ପରିବର୍ତ୍ତନ ନେଇ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ।












Click it and Unblock the Notifications