ମହାଙ୍ଗା ପଡ଼ିଲା ଟ୍ରମ୍ପଙ୍କ ବ୍ଲାକ ମେଲିଂ, ଆମେରିକା ଉପରେ ଲାଗିବ ୯୩ ବିଲିୟନ ୟୁରୋ ଟାରିଫ୍
ଟାରିଫ୍ ବଦଳରେ ଟାରିଫ୍। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ଟାରିଫ୍ ବ୍ଲାକମେଲ୍। ଟ୍ରମ୍ପଙ୍କ ବିରୋଧରେ ଏକଜୁଟ ହେଲେ ୟୁରୋପୀୟ ସଙ୍ଘ। ଆମେରିକା ଉପରେ ଲଗାଇବେ ୯୩ ବିଲିୟନ ୟୁରୋର ଟାରିଫ୍। ୟୁରୋପୀୟ ବଜାରରୁ ଆଉଟ୍ ହେବେ ଆମେରିକୀୟ କମ୍ପାନୀ। ୮ ୟୁରୋପୀୟ ଦେଶଙ୍କୁ ଟ୍ରମ୍ପ ଧମକ ଦେବାପରେ ବ୍ରୁସେଲ୍ସରେ ରାଷ୍ଟ୍ରଦୂତମାନେ ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଏହି ବୈଠକ ପରେ ଘୋଷଣା କରାଯାଇଛି।

ଗ୍ରୀନଲ୍ୟାଣ୍ଡ ଉପରେ ଡୋନାଲ୍ଡ ଟ୍ରମ୍ପ ବାରମ୍ଵାର ହକ୍ ଜାହିର କରୁଛନ୍ତି। ଡେନମାର୍କର ଏହି ସ୍ୱୟଂଶାସିତ ଅଞ୍ଚଳରେ ଟ୍ରମ୍ପ ମାଲିକାନା ଜାହିର କରୁଛନ୍ତି। ଗ୍ରୀନଲ୍ୟାଣ୍ଡକୁ ନେଇ ଯଦି ବୁଝାମଣା ନହୁଏ ତେବେ ଫେବୃଆରୀ ୧ରୁ ଡେନମାର୍କ, ନରୱେ, ସ୍ଵିଡେନ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ ଏବଂ ବ୍ରିଟେନ ଉପରେ ଅତିରିକ୍ତ ୧୦% ଟାରିଫ୍ ଲଗାଇବେ ବୋଲି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ରେ ପୋଷ୍ଟ କରି କହିଛନ୍ତି। ଯାହାକି ଜୁନ ୧ ସୁଦ୍ଧା ୨୫% କୁ ବୃଦ୍ଧି ହେବ ବୋଲି କହିଛନ୍ତି।
ଟ୍ରମ୍ପଙ୍କ ଏହି ଧମକ ପରେ ଏବେ ୟୁରୋପୀୟ ସଙ୍ଘ ଆକ୍ଟିଭ୍ ମୋଡ୍ ରେ। ୟୁରୋପୀୟ ସଙ୍ଘର ରାଷ୍ଟ୍ରଦୂତମାନେ ରବିବାର ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ଏହି ବୈଠକରେ ଜର୍ମାନୀ ଏବଂ ଫ୍ରାନ୍ସ ସମେତ ବହୁ ଦେଶ ଟ୍ରମ୍ପଙ୍କ ଧମକକୁ ନିନ୍ଦା କରିଛନ୍ତି। ଆମେରକା ଉପରେ ୯୩ ଅରବ ୟୁରୋ ଟାରିଫ୍ ଲଗାଇବାକୁ ଯୋଜନା କରୁଛନ୍ତି। ୟୁରୋପୀୟ ବଜାରରୁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆଉଟ୍ କରିବାକୁ ବିଚାର କରୁଛନ୍ତି। ଜଣେ ରାଷ୍ଟ୍ରଦୂତଙ୍କ ଅନୁଯାୟୀ ଏହି ଟାରିଫ୍ ଫେବୃଆରୀ ୬ ତାରିଖରୁ ଲାଗୁ କରାଯିବ। ସେହିପରି ଅନ୍ୟ ଜଣେ ରାଷ୍ଟ୍ରଦୂତ କହିଛନ୍ତି ଯେ, ଟ୍ରମ୍ପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଆମ ଉଦ୍ଦେଶ୍ୟ ନୁହେଁ। ଆମେ କୂଟନୈତିକ ରାସ୍ତା ଖୋଜୁଛୁ। ଫେବୃଆରୀ ୧ରେ ଯଦି ଟ୍ରମ୍ପ ଟାରିଫ୍ ଲଗାଇବେ ତାହେଲେ ଆମେ ବି ଲଗାଇବୁ।












Click it and Unblock the Notifications