ପୁଣି ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ମୁଁ ବନ୍ଦ କରିଛି ୮ ଯୁଦ୍ଧ

ଟ୍ରମ୍ପ୍ କହିଛନ୍ତି ଯେ, ଟାରିଫ୍ ହେଉଛି ଇଂରାଜୀରେ ତାଙ୍କର ସବୁଠୁ ଫେଭରେଟ୍ ଶବ୍ଦ । ସେ ଆମେରିକାର ଶକ୍ତିକୁ ବୃଦ୍ଧି କରିଛନ୍ତି । ୧୦ ମାସ ଭିତରେ ୮ଟି ଯୁଦ୍ଧକୁ ବନ୍ଦ କରିଦେଇଛି । ଇରାନ ପୂର୍ବରୁ ପରମାଣୁ ଆକ୍ରମଣ ଧମକ ଦେଉଥିଲା । ଯାହାର ସେ ଅନ୍ତ କରିଛନ୍ତି । ଗାଜାରେ ଯୁଦ୍ଧ ଶେଷ କରି ୩ ହଜାର ବର୍ଷ ପରେ ଶାନ୍ତି ଆଣିଛନ୍ତି । ଏହାସହ ଅନେକ ବନ୍ଦୀଙ୍କୁ ଜୀବିତ ଅବସ୍ଥାରେ ଫେରାଇ ଆଣିଛନ୍ତି । ଗୋଟିଏ ଦିଗରେ ଆମେରିକାର ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଁଚିଛି ।

trump

ସେଠାରେ ସବୁ କିଛି ଚଢା ଦାମରେ ବିକ୍ରି ହେଉଛି । ଯାହାକୁ ନଜର ଅନ୍ଦାଜ କରିଛନ୍ତି ଟ୍ରମ୍ପ୍ । ଏହାସହ କହିଛନ୍ତି ଯେ, ସେ କାନାଡା, ମେକ୍ସିକୋ, ବ୍ରାଜିଲ ଏବଂ ଭାରତ ଉପରେ ଟାରିଫ୍ ଲଗାଇଛନ୍ତି । ଯାହା ଆମେରିକାର ଅର୍ଥନୀତିକୁ ସୁଦୃଢ କରିଛି । ବର୍ଦ୍ଧିତ ଟାରିଫ୍ ୟୁଏସକୁ ଅଧିକ ଅର୍ଥ ପ୍ରଦାନ କରିଛି ।

ଆଗାମୀ ଦିନରେ ଆମେରିକୀୟଙ୍କ ଟିକସ୍ ହ୍ରାସ ହୋଇପାରେ । ଏହାଛଡା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ କରିଛନ୍ତି । ଉଭୟ ନେତାଙ୍କ ପାଇଁ ଦେଶରେ ଦରଦାମ୍ ବୃଦ୍ଧି ପାଇଛି । ଏବେ କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ସତରେ ଆଗକୁ ବଢୁଛି । ସେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେଲା ପରେ ଅନେକ ତ୍ରୁଟି ଧରିଥିଲେ । ଯାହାକୁ ସେ ଏବେ ସୁଧାରୁଥିବା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+