ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍ଙ୍କ ବଡ଼ ଘୋଷଣା: ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍
ଯୁଦ୍ଧ ନେଇ ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍ । ବନ୍ଦ ହେଲା ୧୨ ଦିନର ଯୁଦ୍ଧ । ସମ୍ପୂର୍ଣ୍ଣ ଅସ୍ତ୍ରବିରତି ନେଇ ଇସ୍ରାଏଲ- ଇରାନ୍ ସହମତି ହୋଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ, ଏହି ଯୁଦ୍ଧବିରତି ଦୁଇଟି ୧୨ ଘଣ୍ଟିଆ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ପ୍ରଥମେ ଇରାନ ମଧ୍ୟରାତ୍ରି (ଆମେରିକାର ପୂର୍ବାଞ୍ଚଳ ସମୟ ଅନୁଯାୟୀ) ଠାରୁ ଯୁଦ୍ଧବିରତି ଆରମ୍ଭ କରିବ, ଯେତେବେଳେ ଉଭୟ ଦେଶ ସେମାନଙ୍କର ଚାଲୁଥିବା ସାମରିକ ଅଭିଯାନ ସମାପ୍ତ କରିବେ । ଏହାପରେ ଇସ୍ରାଏଲ ୧୨ ଘଣ୍ଟା ପରେ ଯୁଦ୍ଧବିରତି ଆରମ୍ଭ କରିବ । ୨୪ ଘଣ୍ଟା ପରେ, ଏହି ଯୁଦ୍ଧକୁ ଆନୁଷ୍ଠାନିକ ଭାବେ '୧୨ ଦିନିଆ ଯୁଦ୍ଧ' ନାମେ ସମାପ୍ତ ଘୋଷଣା କରାଯିବ । ଟ୍ରମ୍ପ କହିଛନ୍ତି ଯେ, ଯଦି ସବୁକିଛି ଯୋଜନା ଅନୁଯାୟୀ ହୁଏ, ତେବେ ଏହା ମଧ୍ୟପ୍ରାଚ୍ୟରେ ଦୀର୍ଘସ୍ଥାୟୀ ଶାନ୍ତିର ପଥ ପ୍ରଶସ୍ତ କରିବ ।
ଏହି ଯୁଦ୍ଧ ଜୁନ୍ ୧୨ରେ ଆରମ୍ଭ ହୋଇଥିଲା, ଯେତେବେଳେ ଇସ୍ରାଏଲ ଇରାନର ପାରମାଣବିକ କାର୍ଯ୍ୟକ୍ରମ ସମେତ ଅନେକ ସାମରିକ ଲକ୍ଷ୍ୟସ୍ଥଳ ଉପରେ 'ପ୍ରତିଷେଧମୂଳକ' ଆକ୍ରମଣ ଆରମ୍ଭ କରିଥିଲା । ଇରାନ ଏହାର ଜବାବରେ ଇସ୍ରାଏଲ ଉପରେ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା । ଏହି ସଂଘର୍ଷରେ ଇରାନରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ମଧ୍ୟ ଶତାଧିକ ନାଗରିକ ପ୍ରାଣ ହରାଇଥିଲେ ।
ଜୁନ୍ ୨୧ରେ ଆମେରିକା ଇରାନର ତିନୋଟି ପାରମାଣବିକ ଠିକଣା -ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ-ଉପରେ ଆକ୍ରମଣ କରିଥିଲା, ଯାହା ଇରାନର ପାରମାଣବିକ କାର୍ଯ୍ୟକ୍ରମକୁ ଦୁର୍ବଳ କରିଥିଲା । ଏହାପରେ ଇରାନ ଜୁନ୍ ୨୩ରେ କତାରସ୍ଥିତ ଆମେରିକାର ସର୍ବବୃହତ ସାମରିକ ଘାଟି ଆଲ ଉଦେଇଦ୍ ଉପରେ ମିସାଇଲ ଆକ୍ରମଣ କରିଥିଲା, ଯାହାକୁ ଆମେରିକା ଓ କତାର ମିଳିତ ଭାବେ ପ୍ରତିହତ କରିଥିଲେ। ଟ୍ରମ୍ପ ଏହି ଆକ୍ରମଣକୁ 'ଅତି ଦୁର୍ବଳ' ବୋଲି ଅଭିହିତ କରିଥିଲେ ।












Click it and Unblock the Notifications