ଟ୍ରମ୍ପଙ୍କ ବଡ଼ ପଦକ୍ଷେପ: ୧୦ ହଜାର ଲୋକଙ୍କର ଗଲା ଚାକିରି
Trump Administration: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରେ ଆମେରିକାରେ ଅନେକ ପରିବର୍ତ୍ତନ ହୋଇଛି । ଟ୍ରମ୍ପଙ୍କ ଶପଥ ନେବା ପରେ ୯,୫୦୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ତେବେ ସରକାରୀ ଖର୍ଚ୍ଚକୁ କମାଇବା ଲକ୍ଷ୍ୟରେ ଏହି ଅଭିଯାନ ଚାଲିଛି। ସେହିପରି ଭବିଷ୍ୟତରେ ମଧ୍ୟ ଶହ ଶହ ଲୋକଙ୍କର ଚାକିରି ଚାଲିଯାଇ ପରେ ।
ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ମାତ୍ରେ, ଏଲୋନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । ଏହା ଏକ ପ୍ରକାରର ଅସ୍ଥାୟୀ ବିଭାଗ, ଯାହାକୁ ଟ୍ରମ୍ପ ସରକାରୀ ଖର୍ଚ୍ଚ ହ୍ରାସ କରିବା ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସରକାରୀ କାର୍ଯ୍ୟର ଦକ୍ଷତା ଯଥାସମ୍ଭବ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୃଷ୍ଟି କରିଛନ୍ତି। ଏହି ବିଭାଗର ପରାମର୍ଶ କ୍ରମେ ବହୁ ସଂଖ୍ୟକ କେନ୍ଦ୍ରୀୟ କର୍ମଚାରୀଙ୍କୁ ଚାକିରିରୁ କଢାଯାଇଛି ।

ସୂଚନା ଅନୁସାରେ, ଗୃହ, ଶକ୍ତି, ସୈନିକ, କୃଷି, ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗର କର୍ମଚାରୀମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏପରିକି ଅନେକ ଏଜେନ୍ସିରେ ମଧ୍ୟ ବର୍ତ୍ତମାନ ତାଲା ପଡିଛି । ଟିକସ ସଂଗ୍ରହ ଏଜେନ୍ସି ଏବଂ ଆଭ୍ୟନ୍ତରୀଣ ରାଜସ୍ୱ ସେବାର ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି ।












Click it and Unblock the Notifications