Get Updates
Get notified of breaking news, exclusive insights, and must-see stories!

ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ, କହିଲେ ଆମେରିକା ଇସଲାମିକ ଆତଙ୍କବାଦକୁ ବିକଶିତ ହେବାକୁ ଦେବ ନାହିଁ

ଆଇଏସଆଇଏସ ଆତଙ୍କବାଦୀ ଆଡା ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ନାଇଜେରିଆରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ଅତି ଘାତକ ଆକ୍ରମଣ ବୋଲି ଟ୍ରମ୍ପ କହିଛନ୍ତି । ନିରୀହ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଥିବାରୁ ଆମେରିକା ଏହି ଆକ୍ରମଣ କରିଛି । ଟ୍ରମ୍ପ କହିଛନ୍ତି ପୂର୍ବରୁ ଆତଙ୍କବାଦୀଙ୍କୁ ସେ ଚେତାବନୀ ଦେଇଥିଲେ । ଟାର୍ଗେଟ କିଲିଂ ବନ୍ଦ ନକଲେ ଆକ୍ରମଣ ହେବ । ବଡ଼ ଦିନରେ ଆଇଏସଆଇଏସ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ । ବହୁ ଆଡ୍ଡା ଉପରେ ଏବଂ ସଠିକ ହମଲା ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି। ଆଇଏସଆଇଏସ ଉପରେ ଆକ୍ରମଣ କରିବାକୁ ପ୍ଲାନ କରିବା ପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ତେବେ ଏହି ଆକ୍ରମଣରେ କେତେ ଆତଙ୍କବାଦୀ ମୃତାହତ ହୋଇଛନ୍ତି ସେ ନେଇ ଟ୍ରମ୍ପ ସୂଚନା ଦେଇ ନାହାନ୍ତି ।

Trump s

ଟ୍ରମ୍ପ୍ ଆଗକୁ କହିଥିଲେ, "ଏହି ISIS ଆତଙ୍କବାଦୀମାନେ ବର୍ଷ ବର୍ଷ ଧରି ନିର୍ଦ୍ଦୋଷ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରି ନିର୍ମମ ଭାବରେ ହତ୍ୟା କରିଆସୁଛନ୍ତି। ମୁଁ ପୂର୍ବରୁ ଏହି ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇସାରିଛି ଯେ ଯଦି ସେମାନେ ଖ୍ରୀଷ୍ଟିଆନମାନଙ୍କ ନରସଂହାର ବନ୍ଦ ନ କରନ୍ତି, ତେବେ ସେମାନେ ଭୟଙ୍କର ପରିଣାମର ସମ୍ମୁଖୀନ ହେବେ, ଏବଂ ଆଜି ରାତିରେ ତାହା ଘଟିଛି।"

ଆମେରିକାର ରାଷ୍ଟ୍ରପତି କହିଛନ୍ତି, "ଯୁଦ୍ଧ ବିଭାଗ ଅନେକ ସଠିକ ଆକ୍ରମଣ କରିଛି, ଯାହା କେବଳ ଆମେରିକା ମୋ ନେତୃତ୍ୱରେ କରିପାରିବ। ଆମ ଦେଶ ମୌଳବାଦୀ ଇସଲାମିକ ଆତଙ୍କବାଦକୁ ବିକଶିତ ହେବାକୁ ଦେବ ନାହିଁ। ଭଗବାନ ଆମ ସେନାକୁ ଆଶୀର୍ବାଦ କରନ୍ତୁ, ଏବଂ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭକାମନା। ଯଦି ସେମାନେ ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରିବା ଜାରି ରଖନ୍ତି ତେବେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ଆହୁରି ଅଧିକ ହେବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+