ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଦେଲେ କିଛି ଏମିତି......
ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ୍ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍ ହାଉସ୍ରେ ୟୁକ୍ରେନ୍ ଏବଂ ୟୁରୋପୀୟ ନେତାମାନଙ୍କ ସହ ଟ୍ରମ୍ପ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ୟୁକ୍ରେନ୍ ପାଇଁ ୟୁରୋପୀୟ ସୁରକ୍ଷା ଗ୍ୟାରେଣ୍ଟିକୁ ଟ୍ରମ୍ପ୍ ସମର୍ଥନ କରିବେ ବୋଲି କହିଛନ୍ତି।
ନାଟୋ ଭଳି ଏକ ସୁରକ୍ଷା ବଳ ଉପସ୍ଥିତ ରହିବ ବୋଲି ସେ କହିଥିବାବେଳେ ୟୁରୋପୀୟ ୟୁନିୟନ ନେତାମାନଙ୍କ ସହ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଗତ ଶୁକ୍ରବାର ଟ୍ରମ୍ପ୍ ଆଲାସ୍କାରେ ପୁଟିନ୍ଙ୍କ ସହ ଆଲୋଚନା କରିବା ପରେ ଯୁଦ୍ଧ ବନ୍ଦ ନିଷ୍ପତ୍ତି ଜେଲେନ୍ସ୍କିଙ୍କ ଉପରେ ଛାଡ଼ିଥିଲେ। ଯଦି ସବୁକିଛି ଠିକ୍ଠାକ୍ ଚାଲେ ତେବେ ସମ୍ଭାବ୍ୟ ତ୍ରିପାକ୍ଷିକ ଆଲୋଚନା ହେବ। ଏଥିପାଇଁ ଆମେ ରୁଷିଆ ଓ ୟୁକ୍ରେନ୍ ସହ ଏକାଠି କାମ କରିବାକୁ ଯାଉଛୁ ବୋଲି ଟ୍ରମ୍ପ୍ କହିଛନ୍ତି। ଜେଲେନ୍ସ୍କି ମଧ୍ୟ ତ୍ରିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାଇଛନ୍ତି।
ଜେଲେନସ୍କିଙ୍କ ସହ ଆଲୋଚନା ପରେ ଟ୍ରମ୍ପ ୟୁରୋପୀୟ ୟ ନେତାମାନଙ୍କ ସହ କ ଥାବାର୍ତ୍ତା କରିଛନ୍ତି। ଏହା ପରେ ରୁଷ ରାଷ୍ଟ୍ରପତିପୁଟିନଙ୍କ ସହ କଥା ହେବେ ବୋଲି କହିଛନ୍ତି ଟ୍ରମ୍ପ । ଜେଲେନସ୍କି ଓ ଅନ୍ୟ ୟୁରୋପୀୟ ନେତାଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ଅବସାନ ଘଟାଇବା ଅତି ସହଜ ବୋଲି ସେ ଭାବୁଥିଲେ। କିନ୍ତୁ ବହୁତ କଷ୍ଟକର ଲାଗୁଛି।

ତେବେ ଜେଲେନସ୍କି ଚାହିଁଲେ ଯୁଦ୍ଧ ତୁରନ୍ତ ବନ୍ଦ ହୋଇପାରିବ। ଜେଲେନସ୍କି କହିଥିଲେ ସେ ଯୁଦ୍ଧ ବନ୍ଦ କରିବା ନେଇ ପୁଟିନଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେ କୂଟନୈତିକ ରାସ୍ତା ଗ୍ରହଣ କରିବାକୁ ଚାହାନ୍ତି। ଆମେରିକ କା ଓ ରୁଷ ସହିତ ସେ ତ୍ରିପାକ୍ଷିକ ବୈଠକ କରିବାକୁ ଚାହାନ୍ତି।
ସେ କହିଛନ୍ତି ୟୁକ୍ରେନକୁ ପ୍ରତିଦିନ ରୁଷ ଆକ୍ରମଣର ସାମ୍ ନା କରିବାକୁ ପଡୁଛି। ଆମକୁ ଯୁଦ୍ଧ ରୋକିବାକୁ ହେବ । ରୁଷକୁ ରୋକିବାକୁ ହେବ। ଶାନ୍ତି ପାଇଁ ସୁରକ୍ଷା ଆବଶ୍ୟକ। ସେଥିପାଇଁ ସେ ଆମେରିକା ଓ ୟୁରୋପୀୟ ସାଥୀଙ୍କ ସହଯୋଗ ଚାହୁଁଛନ୍ତି। କିନ୍ତୁ କୌଣସି ପରିସ୍ଥିତିରେ ନିଜ ଭୂମି ଅଦଳବଦଳ କରିବେ ନାହିଁ ବୋଲି ଜେଲେନସ୍କି ସ୍ପଷ୍ଟ ଭାବରେ କହିଛନ୍ତି ।












Click it and Unblock the Notifications