ନୂଆ ରେକର୍ଡ କରିବେ ଟ୍ରମ୍ପ ; ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବ ଭାରତୀୟ ବ୍ୟାଣ୍ଡ
ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟଥର ଲାଗି ଟ୍ରମ୍ପ ଶପଥ ନେଉଥିବା କାରଣରୁ ଜୋରଦାର ପ୍ରସ୍ତୁତି ବି ହେଲାଣି । କୁହାଯାଉଛି କି, ଗତ ୨୪୮ ବର୍ଷ ଭିତରେ ଯାହା ହୋଇନଥିଲା ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ତାହା ହେବାକୁ ଯାଉଛି । ଅର୍ଥାତ୍ ଶପଥ ସମାରୋହ ଏମିତି ହେବାକୁ ଯାଉଛି ଯାହା କେବେ ଆମେରିକାରେ ହୋଇନଥିଲା କି ଆମେରିକାବାସୀ ଦେଖିନଥିଲେ । କାରଣ ଶପଥ ପାଇଁ ମେଗା ଇଭେଣ୍ଟର ଆୟୋଜନ କରାଯାଉଛି ।

ପରମ୍ପରାରରୁ ଉର୍ଦ୍ଧ୍ବରେ ଉଠି କିଛି ନୂଆ ତଥା ସ୍ମରଣୀୟ କରିବାକୁ ଟ୍ରମ୍ପ ଚାହୁଁଛନ୍ତି । ସେଇଥି ଲାଗି ନିଜ ଶପଥ ସମାରୋହ ଲାଗି ଚୀନର ରାଷ୍ଟ୍ରପତି ଜିନିପିଙ୍ଗ ସହ ଅନେକ ରାଷ୍ଟ୍ରର ମୁଖ୍ୟଙ୍କୁ ନିଜେ ନିମନ୍ତ୍ରଣପତ୍ର ପଠାଇଛନ୍ତି ଟ୍ରମ୍ପ । କେବଳ ଚୀନ ରାଷ୍ଟ୍ରପତି ନୁହଁନ୍ତି ବରଂ ଅନେକ ମାନ୍ୟଗଣ୍ୟ ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି । ସ୍ଥିତି ତ ଏମିତି ହୋଇଛି କି ଯେଉଁମାନେ କୋଟି କୋଟି ଟଙ୍କା ଡୋନେସନ୍ କରିଛନ୍ତି ସେମାନଙ୍କ ଲାଗି ବି ପାସ୍ ନାହିଁ । ଶପଥଗ୍ରହଣ ବହୁ ପୂର୍ବରୁ ଭିଆଇପି ପାସ ମଧ୍ୟ ନାହିଁ । ତେଣୁ ଏହି ମେଗା ଇଭେଣ୍ଟରେ ଅନେକଙ୍କ ସାମିଲ ହେବାକୁ ଇଚ୍ଛା ଥିଲେ ବି ସୁଯୋଗ ନଥିବା କୁହାଯାଉଛି ।
ଏଥର ନୂଆକରି ଆମେରିକା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଭାରତୀୟ ବ୍ୟାଣ୍ଡ ବାଜିବ । ଆଉ ପୁରା ବିଶ୍ବର ନେତା ଦେଖିବେ ଭାରତର ଐତିହ୍ୟ ଓ ପରମ୍ପରା । ପୂର୍ବରୁ ବି ମୋଦି-ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲେ । କାରଣ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଥିଲେ, ମୋଦି ମୋର ଜଣେ ଅତି ଭଲବନ୍ଧୁ । ତାଙ୍କୁ ଦେଖିବାକୁ ହାଉଡି ମୋଦି କାର୍ଯ୍ୟକ୍ରମରେ ଯେତିକି ଲୋକ ହୋଇଥିଲେ ସେତିକି ବୋଧହୁଏ ମୋ ପାଇଁ ହୋଇନଥିଲେ । ଚମତ୍କାରିତା ବ୍ୟକ୍ତିତ୍ବ ମୋଦିଙ୍କର ରହିଛି । ଏ ସବୁ କଥା ଦେଖିଲେ ଟ୍ରମ୍ପ ଓ ମୋଦିଙ୍କ ସମ୍ପର୍କ କେମିତି ତାହା ଭଲରେ ବୁଝାପଡ଼େ । ଏବେ ଶପଥ ସମାରୋହରେ ଭାରତୀୟ ବ୍ୟାଣ୍ଡ ବାଜିବାକୁ ନେଇ ଭାରତ-ଆମେରିକା ସମ୍ପର୍କ କେତେ ମଜବୁତ ତାହା ପ୍ରମାଣିତ ହୋଇଛି ।












Click it and Unblock the Notifications