ଓଡ଼ିଶା ଯାଉଥିଲେ ରାତିରେ ବାହାରନ୍ତୁନି; ଆମେରିକୀୟଙ୍କୁ ସତର୍କ କରାଇଲେ ଟ୍ରମ୍ପ

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯେଉଁଥିରେ ଆମେରିକୀୟଙ୍କୁ "ଅଧିକ ସତର୍କତା ଅବଲମ୍ବନ କରିବାକୁ" ଅନୁରୋଧ କରାଯାଇଛି । ଜାରି ଏହି ନିର୍ଦେଶିକାରେ କୁହାଯାଇଛି ଯେ ଭାରତରେ "ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ" କାରଣରୁ ଏହା ଜାରି କରାଯାଇଛି, ଏବଂ କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି।

ନିର୍ଦେଶିକାରେ କୁହାଯାଇଛି, "ବଳାତ୍କାର ଭାରତରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅପରାଧମାନଙ୍କ ମଧ୍ୟରୁ ଅନ୍ୟତମ। ପର୍ଯଟନ ସ୍ଥାନ ଏବଂ ଅନ୍ୟ ଅଞ୍ଚଳରେ ଯୌନ ଆକ୍ରମଣ ଭଳି ହିଂସାତ୍ମକ ଅପରାଧ ଘଟୁଛି। ଆତଙ୍କବାଦୀମାନେ ବିନା ପୂର୍ବ ସୂଚନାରେ ଆକ୍ରମଣ କରିପାରନ୍ତି।

ସେମାନେ ପର୍ଯଟନ ସ୍ଥାନ, ପରିବହନ କେନ୍ଦ୍ର, ବଜାର, ଶପିଂ ମଲ ଏବଂ ସରକାରୀ ସ୍ଥାନଗଡିକୁ ଟାର୍ଗେଟ କରନ୍ତି।" ଏହା ମଧ୍ୟ କୁହାଯାଇଛି ଯେ ଆମେରିକା ସରକାରଙ୍କ ପାଖରେ ଗ୍ରାମାଞ୍ଚଳରେ ଆମେରିକୀୟ ନାଗରିକମାନଙ୍କୁ ଜରୁରୀ ସେବା ପ୍ରଦାନ କରିବାର ସାମର୍ଥ୍ୟ ସୀମିତ। ଏହି ଅଞ୍ଚଳ ପୂର୍ବୀ ମହାରାଷ୍ଟ୍ର ଏବଂ ଉତ୍ତର ତେଲଙ୍ଗାନାରୁ ପଶ୍ଚିମ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି।

Trump warns Americans

ଭାରତରେ ବଳାତ୍କାର ଦ୍ରୁତ ଗତରେ ବୃଦ୍ଧି ପାଉଥିବ ଅପରାଧ ମଧ୍ୟରେ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିଛି। ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ହିସାଂତ୍ମକ ଅପରାଧ ଘଟୁଥିବା ଆମେରିକା କହିଛି। ଏହି ନିର୍ଦ୍ଦେଶିକାରେ ମହିଳାମାନଙ୍କୁ ବିଶେଷ ଭାବେ ଏକାକୀ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ, 2019 ଏବଂ 2021ରେ ଆମେରିକା ଦୂତାବାସ ମହିଳା ନିରାପତ୍ତା ନେଇ ସମାନ ସତର୍କତା ଜାରି କରିଥିଲା। ନିର୍ଦ୍ଦେଶିକାରେ ଆହୁରି କୁହାଯାଇଛି ଯେ ଯାତ୍ରୀମାନେ ସେଟେଲାଇଟ ଫୋନ ବା GPS ଡିଭାଇସ ସାଙ୍ଗରେ ନ ଆଣିବା ଉଚିତ, କାରଣ ଏହା ଭାରତରେ ବେଆଇନ ଏବଂ $200,000 ଜରିିମାନା ବା ଜେଲ ଦଣ୍ଡ ହୋଇପାରେ।

ନିର୍ଦ୍ଦେଶିକାରେ କେତେକ ଅଞ୍ଚଳକୁ "ଯାତ୍ରା ନ କରିବା" (ଲେଭେଲ-୪) ଶ୍ରେଣୀରେ ରଖାଯାଇଛି। ଏହା ମଧ୍ୟରେ ଜମ୍ମୁ ଓ କଶ୍ମୀର (ପୂର୍ବୀ ଲଦାଖ ଏବଂ ଲେହ ବ୍ୟତୀତ), ଭାରତ-ପାକିସ୍ତାନ ସୀମାରୁ ୧୦ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳ, ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ ଓ ମେଘାଳୟର କେତେକ ଅଞ୍ଚଳ ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡିକ ଆତଙ୍କବାଦ, ନାଗରିକ ଅଶାନ୍ତି, ଏବଂ ନକ୍ସଲବାଦୀ ଆକ୍ରମଣ ଭଳି ବିପଦ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+