ପୁଟିନଙ୍କ ସହ ଆଲୋଚନା ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଟ୍ରମ୍ପ
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିରପୁଟିନଙ୍କ ସହିତ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଟ୍ରମ୍ପ୍ ଜେଲେନସ୍କିଙ୍କୁ ଆମେରିକା ଡକାଇଛନ୍ତି।

ଟ୍ରମ୍ପ୍ ଜେଲେନସ୍କିଙ୍କୁ ତୁରନ୍ତ ୱାଶିଂଟନ ଆସିବାକୁ କହିଛନ୍ତି। ଜେଲେନସ୍କି ଏ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୋମବାର ଆମର ଭେଟ ୱାଶିଂଟନରେ ହେବ। ଏହି ସାକ୍ଷାତକୁ ଶାନ୍ତି ଦିଗରେ ଗୁରୁତ୍ବପୂର୍ଣ୍ଣ ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି।
ଏହି ନିମନ୍ତ୍ରଣ ପାଇଁ ସେ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କର ଆମେରିକା ଗସ୍ତ ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ରୁଷିଆ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ରଣନୀତି ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ଜେଲେନସ୍କି କହିଛନ୍ତି।












Click it and Unblock the Notifications