ପୁଟିନଙ୍କୁ କଟାକ୍ଷ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ଠାରୁ ବେଆଇନ ପ୍ରବାସୀ....
ବେଆଇନ ପ୍ରବାସୀଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ତାଙ୍କର ପ୍ରାଥମିକ ଚିନ୍ତା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୁହନ୍ତି ବରଂ ବେଆଇନ ପ୍ରବାସକୁ ରୋକିବା। ସୋସିଆଲ୍ ମିଡିଆ ଟ୍ରୁଥ୍ରେ ଏକ ପୋଷ୍ଟରେ ଟ୍ରମ୍ପ୍ ଲେଖିଛନ୍ତି, 'ଆମେ ପୁଟିନଙ୍କ ବିଷୟରେ ଚିନ୍ତା କରିବା ପାଇଁ କମ୍ ସମୟ ବିତାଇବା ଉଚିତ ଏବଂ ପ୍ରବାସୀ ଦୁଷ୍କର୍ମକାରୀ ଗ୍ୟାଙ୍ଗ୍, ଡ୍ରଗ୍ସ ମାଫିଆ, ହତ୍ୟାକାରୀ ଓ ମାନସିକ ରୋଗୀମାନେ ଆମ ଦେଶରେ ପ୍ରବେଶ କରିବା ବିଷୟରେ ଚିନ୍ତା କରିବା ଉଚିତ। ଏହିଭଳି ଲୋକ ଆମ ଦେଶକୁ ୟୁରୋପ ଭଳି କରିଦେବେ।
ଏହା ପୂର୍ବରୁ ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ ଦାବି କରିଥିଲେ ଯେ ସେ ତାଙ୍କ କାର୍ଯ୍ୟକାଳର ପ୍ରଥମ ମାସ ମଧ୍ୟରେ ବେଆଇନ ପ୍ରବାସୀଙ୍କ ସଂଖ୍ୟାକୁ ଐତିହାସିକ ସର୍ବନିମ୍ନ ସ୍ତରକୁ ଆଣିବାରେ ସଫଳ ହୋଇଛନ୍ତି। ତାଙ୍କ ପୂର୍ବବର୍ତ୍ତୀ ଜୋ ବାଇଡେନଙ୍କ ତ୍ରୁଟିପୂର୍ଣ୍ଣ ଇମିଗ୍ରେସନ ନୀତି ଯୋଗୁ ଆମ ଦେଶରେ ବେଆଇନ ପ୍ରବାସୀ ସମସ୍ୟା ଦେଖାଦେଇଛି ବୋଲି ଟ୍ରମ୍ପ କହିଛନ୍ତି ।

ମୋ ପ୍ରଶାସନର ନୀତି ଯୋଗୁଁ ସମସ୍ତ ବେଆଇନ ପ୍ରବାସୀଙ୍କ ପାଇଁ ସୀମା ବନ୍ଦ ରହିଛି। ଯିଏ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତାଙ୍କୁ ଆପରାଧିକ ଦଣ୍ଡ ସହ ତୁରନ୍ତ ଦେଶାନ୍ତର କରାଯିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।












Click it and Unblock the Notifications