ଥମିବ କି ହମାସ-ଇସ୍ରାଏଲ ଯୁଦ୍ଧ? ଆମେରିକା ଦେଇଥିବା ପ୍ରସ୍ତାବକୁ.....

ଗାଜାରେ ଯୁଦ୍ଧ ବିରତି ଲାଗି ଆମେରିକା ଦେଇଥିବା ପ୍ରସ୍ତାବକୁ ଇସ୍ରାଏଲ୍ ଗୁରୁଡ଼ର ସହ ବିଚାର କରୁଛି ବୋଲି ଜଣାପଡ଼ିଛି । ଏହି ଯୁଦ୍ଧ ବିରତି ସମ୍ଭବ ହେଲେ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରାଯାଇ ପାରିବ । ରିପୋର୍ଟ ଅନୁଯାୟୀ, ହମାସକୁ ଏହି ପ୍ରସ୍ତାବ ସଂପର୍କରେ ଅବଗତ କରାଯାଇଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଇଛି । ସମସ୍ତ ୪୮ ଜଣ ପଣବନ୍ଦୀ ଗାଜାରେ ଅଛନ୍ତି ଏବଂ ହଜାରେ ସଂଖ୍ୟକ ପାଲେଷ୍ଟାଇନ୍ ବନ୍ଦୀଙ୍କ ବଦଳରେ ୨୦ ଜଣ ପଣବନ୍ଦୀଙ୍କୁ ପ୍ରଥମ ପର୍ଯ୍ୟାୟରେ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି ।

gaza

ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ବେଳେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ବୁଝାମଣା ହେଲେ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହେବ ବୋଲି କୁହାଯାଇଛି । ଗତକାଲି ହମାସ୍ କହିଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବ ହସ୍ତଗତ ହୋଇଛି ଏବଂ ଯୁଦ୍ଧ ବନ୍ଦ୍ ବିଷୟ ସ୍ପଷ୍ଟଭାବେ ଘୋଷଣା କରାଗଲେ ସମସ୍ତ ପଣବନ୍ଦାଙ୍କୁ ମୁକ୍ତ କରିବା ନେଇ ହେବାକୁ ଥିବା ବୈଠକରେ ସେମାନେ ନିଶ୍ଚିତ ଯୋଗଦେବେ । ଅନ୍ୟପକ୍ଷରେ ଜୋନାରୁ ଟ୍ରମ କହିଛନ୍ତି, ଇସ୍ରାଏଇ ପକ୍ଷରୁ ସେ ସ୍ଥିର କରିଥିବା ସର୍ବକୁ ଗ୍ରହଣ କରାଯାଇଛି । ଏବେ ହମାସ ଏହା ଉପରେ ପଦକ୍ଷେପ ନେବା ଜରୁରୀ । ଯଦି ସେଉଳି ନ ହୁଏ, ତେବେ ପରିସ୍ଥିତି ଭୟାବହ ହେବ ବୋଲି ଟ୍ରମ ଚେତାବନୀ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+