ପୁଟିନଙ୍କୁ ୫୦ ଦିନର ଡେଡ୍ ଲାଇନ ଦେଲେ ଟ୍ରମ୍ପ,

ପୁଟିନଙ୍କୁ ୫୦ ଦିନର ଡେଡ୍ ଲାଇନ ଦେଲେ ଟ୍ରମ୍ପ । ଆସନ୍ତା ୫୦ ଦିନ ଭିତରେ ଯୁଦ୍ଧ ବନ୍ଦ କରିବାକୁ ଚେତାବନୀ ଶୁଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ ନକଲେ ରୁଷିଆ ଉପରେ ଶହେ ପ୍ରତିଶତ ଟାରିଫ ଲାଗୁ କରିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । କେବଳ ଏତିକି ନୁହେଁ ନାଟୋ ସହଯୋଗୀଙ୍କ ସହିତ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଚୁକ୍ତି କରିଛନ୍ତି ଆମେରିକା ରାଷ୍ଟ୍ରପତି। ଗତକାଲି ନାଟୋ ସଚିବ ଜେନେରାଲ ମାର୍କ ରୁଟଙ୍କ ସହ ଓଭାଲ ଅଫିସରେ ଆୟୋଜିକ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ରୁଷିଆ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବାକୁ ନେଇ ଟ୍ରମ୍ପ ସୂଚନା ଦେଇଥିଲେ ।

trump

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ୫୦ ଦିନ ମଧ୍ୟରେ ଯୁକ୍ରେନ ସହ ଯୁଦ୍ଧବିରତି ପାଇଁ ରାଜି ନ ହେଲେ ରୁଷ ଉପରେ "କଡ଼ା ଟାରିଫ୍" ଲଗାଯିବ। ଟ୍ରମ୍ପ ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କୁ କହିଛନ୍ତି, "ଯଦି ୫୦ ଦିନ ମଧ୍ୟରେ ଚୁକ୍ତି ହୁଏ ନାହିଁ, ତେବେ ଆମେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବୁ।"ଟ୍ରମ୍ପ ପୁଟିନଙ୍କ ଯୁକ୍ରେନ ଯୁଦ୍ଧ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୁଷର ମିସାଇଲ ଆକ୍ରମଣ ଜାରି ରହିଥିବା ବେଳେ ପୂର୍ବରୁ ହୋଇଥିବା ଯୁଦ୍ଧବିରତି ଆଲୋଚନା ସଫଳ ହୋଇପାରି ନାହିଁ। ଟ୍ରମ୍ପ କହିଛନ୍ତି, "ମୁଁ ପୁଟିନଙ୍କ ପ୍ରତି ବହୁତ ନିରାଶ। ସେ ଶାନ୍ତି ଚାହୁଁଥିବା କଥା କହୁଛନ୍ତି, କିନ୍ତୁ ରାତିରେ ବୋମା ମାଡ଼ କରୁଛନ୍ତି। ମୁଁ ଏହାକୁ ପସନ୍ଦ କରୁନାହିଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+