Get Updates
Get notified of breaking news, exclusive insights, and must-see stories!

ଅଢ଼େଇ ଘଣ୍ଟା ଧରି ଟ୍ରମ୍ପ-ପୁଟିନ ଫୋନରେ କଲେ ଆଲୋଚନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ଅଢେଇ ଘଣ୍ଟା ଧରି ଫୋନରେ ଆଲୋଚନା ହୋଇଛି । ଦୁଇ ରାଷ୍ଟ୍ରମୁଖ୍ୟ ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ, ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମେତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ପୁଟିନ୍‍ ଗାଜା ଶାନ୍ତି ଚୁକ୍ତିନାମା ପାଇଁ ଟ୍ରମ୍ପଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଫୋନ୍‍ କଲ୍‍ ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ପୁଟିନଙ୍କ ସହ ତାଙ୍କର କଥାବାର୍ତ୍ତା ସେୟାର କରିଥିଲେ ।

trump

ଟ୍ରମ୍ପ କହିଛନ୍ତି ଯେ ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଫୋନ୍‍ କଲ୍‍ ରେ ୟୁକ୍ରେନ୍‍ ସହ ଯୁଦ୍ଧ ସମାପ୍ତ ବିଷୟରେ ଆଲୋଚନା କରିଛନ୍ତି । ପୁଟିନ ଯୁଦ୍ଧର ବର୍ତ୍ତମାନ ସ୍ଥିତି ବ୍ୟାଖ୍ୟା କରିଛନ୍ତି ଏବଂ ଚତାବନୀ ଦେଇଛନ୍ତି ଯେ ୟୁକ୍ରେନକୁ କ୍ଷେପଣାସ୍ତ୍ର ପ୍ରଦାନ କରିବା ଦ୍ୱାରା ଯୁଦ୍ଧର ଗତି ପରିବର୍ତ୍ତନ ହେବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କ୍ଷେପଣାସ୍ତ୍ର ଦାବି କରୁଛନ୍ତି ଏବଂ ଏକ ଚୁକ୍ତି ଲାଗି ଆଲୋଚନା ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି । ଯଦି ୟୁକ୍ରେନ ଟୋମାହକ୍‍ କ୍ଷେପଣାସ୍ତ୍ର ପାଏ, ତେବେ ଏହା ଆମେରିକା-ରୁଷ ସମ୍ପର୍କକୁ ପ୍ରଭାବିତ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+