୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ୍-ପୁଟିନ୍ ବୈଠକ; ୟୁକ୍ରେନ ଯୁଦ୍ଧ ବିରାମ ନେଇ ବାହାରିପାରିଲାନି ଠୋସ୍ ନିଷ୍କର୍ସ

ଆଲାସ୍କାରେ ପ୍ରାୟ ୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ୍-ପୁଟିନ୍ ବୈଠକ । ୟୁକ୍ରେନ ଯୁଦ୍ଧ ବିରାମ ନେଇ ବାହାରିପାରିଲାନି ଠୋସ୍ ନିଷ୍କର୍ସ । ଆମେରିକା ଓ ରୁଷିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଐତିହାସିକ ଦ୍ବିପାକ୍ଷିକ ବୈଠକ ।

ଖୁବ୍ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ହୋଇଛି କହିଲେ ଟ୍ରମ୍ପ୍ । ନିଷ୍କର୍ସରେ ପହଞ୍ଚିପାରିନୁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି କହିଲେ ।
ବିଭିନ୍ନ କଥା ଉପରେ ସହମତି, ଅଳ୍ପ କିଛି ବାକି ରହିଛି । ନିଷ୍କର୍ସରେ ନ ପହିଞ୍ଚିବା ପର୍ଯ୍ୟନ୍ତ କୌଣସି ଡିଲ୍ ହେବନି ବୋଲି ଦୋହରାଇଲେ । ଟ୍ରମ୍ପଙ୍କ ସହ ସକାରାତ୍ମକ ବୈଠକ ହୋଇଛି କହିଲେ ପୁଟିନ୍ ।

Trump-Putin meeting lasted for 3 hours

ବୈଠକ ପରେ ଟ୍ରମ୍ପଙ୍କ ଉଦ୍ୟମକୁ ପ୍ରଶଂସା କଲେ ପୁଟିନ୍ । ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ ୟକ୍ରେନ୍ ସହ ଯୁଦ୍ଧ ହୋଇ ନଥାଆନ୍ତା । ମସ୍କୋରେ ପରବର୍ତ୍ତୀ ବୈଠକ ପାଇଁ ଟ୍ରମ୍ପଙ୍କୁ ପୁଟିନଙ୍କ ଆମନ୍ତ୍ରଣ ।

ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ । ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ ଏବଂ ଏଥିପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି । ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଆର୍କଟିକ୍ ଅଞ୍ଚଳରେ ରୁଷ-ଆମେରିକା ସହଯୋଗ ସମ୍ଭବ ଏବଂ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ନିବେଶ ପାଇଁ ବିପୁଳ ସମ୍ଭାବନା ରହିଛି ।

ଏଣେ ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ନାଟୋ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ କଥା ହେବେ । ସେ କହିଛନ୍ତି ଯେ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଟ୍ରମ୍ପ ସୂଚିତ କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ପୁଟିନଙ୍କୁ ପୁଣି ଥରେ ଭେଟିପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+