ରୁଷ-ୟୁକ୍ରେନ ଯୁଦ୍ଧବିରତି ନେଇ ଟ୍ରମ୍ପ୍-ପୁଟିନ୍‌ଙ୍କ ଆଲୋଚନା

ରୁଷ-ୟୁକ୍ରେନ ଯୁଦ୍ଧବିରତି ନେଇ ଟ୍ରମ୍ପ୍-ପୁଟିନ୍‌ଙ୍କ ଆଲୋଚନା । ରୁଷ ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥାହେଲେ ଡୋନାଲ୍ଡ ଟ୍ରମ୍ପ୍ । ପୁଟିନ୍‌ଙ୍କ ସହ ଦୁଇ ଘଣ୍ଟା ଧରି କଥା ହୋଇଥିବା କହିଲେ ଟ୍ରମ୍ପ୍ । ରୁଷ-ୟୁକ୍ରେନ ଖୁବ୍‌ଶୀଘ୍ର ଯୁଦ୍ଧର ଅନ୍ତ ନେଇ କଥାହେବେ ।

Ukraine peace talks

ବନ୍ଦ ହେବ ୩ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁୁଷ ଓ ୟୁକ୍ରେନ୍‍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଦୀର୍ଘ ୨ ଘଣ୍ଟା ଧରି ଫୋନ ଯୋଗେ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ ପୁଟିନ୍‍ ୟୁକ୍ରେନ୍‍ ସହ ଅସ୍ତ୍ରବିରତି ରାଜିନାମାରେ ସ୍ୱାକ୍ଷର କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଆଲୋଚନା କାଳରେ ଯୁଦ୍ଧବିରତି, ସ୍ଥାୟୀ ଶାନ୍ତି ପାଇଁ ଅନୁକୂଳ ପଦକ୍ଷେପ ପ୍ରହଣ କରାଯିବା ଉପରେ ପୁଟିନ ଗୁରୁତ୍ୱାରୋପ କରିଛନ୍ତି ।

ସେହିପରି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମର୍‍ ଜେଲେନ୍‍ସ୍କିଙ୍କ ସହ ମଧ୍ୟ ଫୋନରେ କତ୍ତାବର୍ତ୍ତା କରିଛନ୍ତି । ଆଲୋଚନାରୁ ୟୁକ୍ରେନ ନିସର୍ତ୍ତ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି । ଟ୍ରମ୍ପଙ୍କ ଆଲୋଚନା ପରେ ଉଭୟ ୟୁକ୍ରେନ୍‍-ରୁଷ ଏକ ଶାନ୍ତିପୂର୍ଣ୍ଣ ଓ ବିଶ୍ୱସନୀୟ ଆଲୋଚନା ଚାହୁଁଛନ୍ତି ବୋଲି କହିଛନ୍ତି । ବିବାଦ ଓ ଯୁଦ୍ଧକୁ ବନ୍ଦ କରିବା ପାଇଁ ଉଭୟ ରାଜି ଥିବା ଏବଂ ବିଶ୍ୱରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଉଭୟ ରାଷ୍ଟ୍ର ସମ୍ମତି ପ୍ରକାଶ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+