ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ‘ଲିଙ୍ଗ ପରିବର୍ତ୍ତନ’ ଉପରେ ବ୍ୟାନ୍ ଲଗାଇଲା
ଶାସନକୁ ଫେରିବା ପରେ ଆକ୍ସନ ମୁଡ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ୍ କ୍ଷମତାକୁ ଆସିବା ପରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ କରାଯାଉଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଲିଙ୍ଗ ପରିବର୍ତ୍ତନ ଆଇନ । ବର୍ତ୍ତମାନ ଟ୍ରମ୍ପଙ୍କ ନୂତନ ଆଦେଶ ମୁତାବକ, ସମସ୍ତଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ସହଜ ହେବ ନାହିଁ ।

ଏବେ ଆମେରିକାରେ ୧୯ ବର୍ଷରୁ କମ୍ ବୟସର ପିଲାମାନେ ଲିଙ୍ଗ ପରିବର୍ତ୍ତନ କରାଇ ପାରିବେ ନାହିଁ । ଏହାକୁ ନିଷେଧ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିଛନ୍ତି । ଟ୍ରମ୍ପ୍ ଏକ ବୟାନରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ନୀତି ହେଉଛି, ସେ କୌଣସି ପିଲାର ଏକ ଲିଙ୍ଗରୁ ଅନ୍ୟ ଲିଙ୍ଗକୁ ତଥାକଥିତ ପରିବର୍ତ୍ତନକୁ ସମର୍ଥନ କରିବ ନାହିଁ । ଟ୍ରମ୍ପ ସୋମବାର ପେଣ୍ଟାଗନ୍କୁ ଏକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ଟ୍ରାନ୍ସଜେଣ୍ଡର ଲୋକଙ୍କୁ ସାମରିକ ସେବାରେ ବାରଣ କରାଯାଇପାରିବ ।












Click it and Unblock the Notifications