ପୁଣି ପଲଟିଗଲେ ଟ୍ରମ୍ପ, ଭାରତ- ପାକିସ୍ତାନ ଉପରେ ଦେଇଦେଲେ ଏଭଳି ମନ୍ତବ୍ୟ.......
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ତାଙ୍କ ବୟାନ ବଦଳାଇଛନ୍ତି । ସେ ଦାବି କରିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ ମୁଁ ଅଟକାଇଲି, ହେଲେ ଏହାର କ୍ରେିଡିଟ୍ ମୋତେ ମିଳିଲାନି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତି ହେବା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ଏକ୍ସ'ରେ ପୋଷ୍ଟ କରି ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ସେ ଅଟକାଇଦେଲେ ବୋଲି କହିଥିଲେ। ଭାରତ-ପାକ୍ ବିବାଦରେ ସେ ମଦ୍ୟସ୍ଥତା କରିବେ ବୋଲି ମଧ୍ୟ କହିଥିଲେ।
ଦୁଇ ଦିନ ତଳେ ଟ୍ରମ୍ପ କହିଥିଲେ ଯେ, ସେ ଯୁଦ୍ଧକୁ ରୋକିନାହାନ୍ତି କି ମଧ୍ୟସ୍ଥତା କରିନାହାନ୍ତି। ତାଙ୍କ ପ୍ରଶାସନ କେବଳ ଏଥିରେ ସହଯୋଗ କରିଛି। ବର୍ତ୍ତମାନ ପୁଣି ଥରେ ଟ୍ରମ୍ପ ଏକ ନୂଆ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିରେ ଟ୍ରମ୍ପ ପ୍ରଶାସନ ସହଯୋଗ କରିଛି ।

ଦୁଇ ଦେଶ ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେଉଥିଲେ, ଯାହାକୁ ସେ ରୋକିଦେଇଛନ୍ତି। କିନ୍ତୁ ତାଙ୍କୁ ଏଥିପାଇଁ ଉଚିତ ଶ୍ରେୟ ଦିଆଯାଇ ନାହିଁ। ଟ୍ରମ୍ପ ବାରମ୍ବାର ଶ୍ରେୟ ମିଳୁ ନ ଥିବା କଥାକୁ ଦୋହରାଇବା ଜଣେ ରାଷ୍ଟ୍ରପତି ହିସାବରେ କେତେ ଯଥାର୍ଥ ତାହା ସହଜରେ ଅନୁମାନ କରିହେଉଛି। ଏଥିପାଇଁ ଟ୍ରମ୍ପକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ବି ପଡ଼ିଛି।












Click it and Unblock the Notifications