G-20 ସମ୍ମିଳନୀକୁ କଲେ ବୟକଟ୍‌ କଲେ ଟ୍ରମ୍ପ, ଜାଣନ୍ତୁ କାରଣ....

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ କୌଣସି ଆମେରିକୀୟ ସରକାରୀ ଅଧିକାରୀ ଅଂଶଗ୍ରହଣ କରିବେ ନାହିଁ। ସେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଦ୍ୱାରା ଧଳା ଚାଷୀଙ୍କ ପ୍ରତି କରାଯାଇଥିବା ଦୁର୍ବ୍ୟବହାରକୁ ଉଦ୍ଧୃତ କରିଥିଲେ। ଟ୍ରମ୍ପ ଏହି ପଦକ୍ଷେପକୁ "ନ୍ୟାୟ ପ୍ରତି ବାଧ୍ୟବାଧକତା" ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ଦକ୍ଷିଣ ଆଫ୍ରିକା ପ୍ରଶାସନ ତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ଖାରଜ କରିଛନ୍ତି।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, ଏହା ଲଜ୍ଜାଜନକ ଯେ G୨୦ ଭଳି ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମ ଏପରି ଏକ ଦେଶରେ ଆୟୋଜନ କରାଯାଉଛି ଯାହା ନିଜ ନାଗରିକଙ୍କ ସହିତ, ବିଶେଷକରି ଧଳା ଚାଷୀଙ୍କ ସହିତ ଅନ୍ୟାୟ ବ୍ୟବହାର କରୁଛି। ଜମି ଜବତ ଏବଂ ସେମାନଙ୍କ ବିରୁଦ୍ଧରେ ହିଂସା ମାନବାଧିକାରର ଘୋର ଉଲ୍ଲଂଘନ।

trump

ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଟ୍ରମ୍ପଙ୍କ ସ୍ଥାନରେ ସମ୍ମିଳନୀରେ ଆମେରିକାର ପ୍ରତିନିଧିତ୍ୱ କରିବେ, କିନ୍ତୁ ଏବେ ସେ ମଧ୍ୟ ଯୋଗ ଦେବେ ନାହିଁ। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଟ୍ରମ୍ପଙ୍କ ସିଧାସଳଖ ଅନୁମୋଦନରେ ଏହି ନିଷ୍ପତ୍ତି ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+