ମସ୍କ ପାଗଳ ହୋଇଯାଇଛନ୍ତି: ଆମେରିକା ରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ବଢ଼ିବା ସହ ବାକଯୁଦ୍ଧ ମଧ୍ୟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଉଭୟ ପରସ୍ପରର ବହୁତ ପ୍ରଶଂସା କରୁଥିଲେ, ଏବେ ଉଭୟ ଖୋଲାଖୋଲି ଭାବରେ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ମସ୍କ ତାଙ୍କ ସହ କଥା ହେବାକୁ ଚାହାଁନ୍ତି, କିନ୍ତୁ ସେ ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି।
ଏବିସି ନ୍ୟୁଜ୍ ଚ୍ୟାନେଲକୁ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ସେ (ମସ୍କ) ପାଗଳ ହୋଇଯାଇଛନ୍ତି। ପୂର୍ବରୁ ଖବର ଆସିଥିଲା ଯେହ୍ୱାଇଟ୍ ହାଉସ୍ ଅଧିକାରୀମାନେ ବିବାଦର ଅନ୍ତ ପାଇଁ ଜୁନ ୬ ରେ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଏକ ବୈଠକ ସ୍ଥିର କରିଛନ୍ତି। ଯେତେବେଳେ ଟ୍ରମ୍ପଙ୍କୁ ଏହି ବୈଠକର କାର୍ଯ୍ୟସୂଚୀ ବିଷୟରେ ପଚରାଗଲା, ସେ ଏଲୋନ ମସ୍କଙ୍କୁ ଭେଟିବାକୁ ମନା କରିଦେଲେ।

ଗୁରୁବାର ଟ୍ରମ୍ପ୍ ଦାବି କରିଥିଲେ ଯେ ସେ ମସ୍କଙ୍କୁ ବହୁତ ସାହାଯ୍ୟ କରିଥିଲେ, କିନ୍ତୁ ଏବେ ସେ ମସ୍କଙ୍କ ଉପରେ ବହୁତ ନିରାଶ ହୋଇଯାଇଛନ୍ତି। ସେ ଦାବି କରିଥିଲେ ଯେ ଇଭି ଟ୍ୟାକ୍ସ ପ୍ରୋତ୍ସାହନ ହଟାଇବା ନେଇ ମସ୍କ ରାଗିଛନ୍ତି। ସେପଟେ ମସ୍କ କହିଛନ୍ତି ଯେ ମୋତେ ଏହି ବିଲ୍ ବିଷୟରେ ଥରେ ମଧ୍ୟ କୁହାଯାଇ ନଥିଲା ଏବଂ ଏହା ମଧ୍ୟରାତ୍ରିରେ ପାସ୍ ହୋଇଥିଲା। ମସ୍କ ଏପରି ମଧ୍ୟ କହିଥିଲେ ଯେ ଟ୍ରମ୍ପ୍ କେବଳ ତାଙ୍କ ଯୋଗୁଁ ନିର୍ବାଚନ ଜିତିଛନ୍ତି। ଯଦି ସେ ନ ଥାନ୍ତେ ତେବେ ଟ୍ରମ୍ପଙ୍କ ପରାଜୟ ନିଶ୍ଚିତ ଥିଲା।












Click it and Unblock the Notifications