ଇସ୍ରାଏଲର ସବୁଠୁ ବଡ଼ ବନ୍ଧୁ ଟ୍ରମ୍ପ ;ନେତାନ୍ୟାହୁ
ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ତେଲ ଅଭିଭର ବେନ ଗୁରିଅନ ବିମାନବନ୍ଦରରେ ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ।ଗାଜାରେ ୨୦ ଜଣ ପଣବନ୍ଦୀଙ୍କୁ ଦୁଇ ବର୍ଷ ପରେ ହମାସ ମୁକ୍ତ କରିଛି । ୨୮ ଜଣ ମୃତ ବନ୍ଦୀଙ୍କ ଶବ ଏବେବି ଗାଜାରେ ଅଛି, କିନ୍ତୁ ଆମେରିକାର ମଧ୍ୟସ୍ଥତାରେ ହେଉଥିବା ଯୁଦ୍ଧବିରତି ସର୍ତ୍ତ ଅନୁଯାୟୀ ହମାସ ସମସ୍ତ ମୃତ ଦେହକୁ ଇସ୍ରାଏଲ୍ ପଠାଇବ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦୀ ଥିବା ଲୋକଙ୍କ ପରିଜନଙ୍କୁ ଭେଟିଛନ୍ତି । ଏହା ବ୍ୟତୀତ ଟ୍ରମ୍ପ ଇସ୍ରାଏଲ୍ ସଂସଦ କେନସେଟକୁ ସମ୍ୱୋଧିତ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଶେଷରେ ଦୁଇ ବର୍ଷ ପରେ ବନ୍ଧୁକଗୁଡ଼ିକ ଶାନ୍ତ ହେବାକୁ ଯାଉଛି ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାଷଣ ଆରମ୍ଭ କରି କହିଥିଲେ, "ଦୁଇ ବର୍ଷ ଅନ୍ଧାର ଓ ବନ୍ଦୀ ଜୀବନ ବତାଇବା ପରେ, ୨୦ ଜଣ ସାହସୀ ବନ୍ଧକ ସେମାନଙ୍କ ପରିବାରକୁ ଫେରି ଆସୁଛନ୍ତି ଏବଂ ଏହା ଗୌରବମୟ । ଆଜି ବନ୍ଧୁକ ନୀରବ ହୋଇଯାଇଛି, ନୂଆ ସୂର୍ଯ୍ୟ ଉଦୟ ହୋଇଛି । ଏହା ଯୁଦ୍ଧର ଶେଷ ନୁହେଁ, ବରଂ ଏକ ନୂତନ ଯୁଗର ଆରମ୍ଭ।" କେନସେଟକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରିହାସ ମଧ୍ୟ କରିଥିଲେ ।

ଟ୍ରମ୍ପ କହିଥିଲେ, "ମୁଁ ଜଣେ ଅସାଧାରଣ ସାହସ ଏବଂ ଦେଶପ୍ରେମୀ ବ୍ୟକ୍ତିଙ୍କୁ ମୋର କୃତଜ୍ଞତା ଜଣାଇବାକୁ ଚାହୁଁଛି । ଏହି ଗୁରୁତ୍ୱପୂର୍ଣ୍ଣ ଦିନକୁ ସମ୍ଭବ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି । ଏବଂ ଆପଣ ଜାଣନ୍ତି, ମୁଁ କେବଳ ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛି: ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।" ଟ୍ରମ୍ପ ଏହି ବୟାନ ପରେ ସଂସଦ ପରିସର କରତାଳିରେ ଫାଟି ପଡ଼ିଥିଲା । ନେତାନ୍ୟାହୁଙ୍କୁ ନେଇ ଟ୍ରମ୍ପ କହିଥିଲେ, "ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ତାଙ୍କ ସହିତ ଡିଲ୍ କରିବା ସହଜ ନୁହେଁ । କିନ୍ତୁ ଏହି କଥା ହିଁ ତାଙ୍କୁ ମହାନ କରିଥାଏ।" ଏହାପରେ ଟ୍ରମ୍ପ କହିଥିଲେ, "ବିବି, ଆପଣଙ୍କୁ ବହୁତ ଧନ୍ୟବାଦ।"
ଏହା ପୂର୍ବରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂରା କ୍ରେଡିଟ୍ ଦେଇଥିଲେ । ସେ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସରେ ଇସ୍ରାଏଲର ସବୁଠୁ ଭଲ ବନ୍ଧୁ ବୋଲି କହିଛନ୍ତି ।












Click it and Unblock the Notifications