Get Updates
Get notified of breaking news, exclusive insights, and must-see stories!

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିନାହାନ୍ତି ଟ୍ରମ୍ପ, ସତ୍ କହିଲେ ଦେଲେ ଆମେରିକୀୟ ସାଂସଦ

ପ୍ରଭାବଶାଳୀ ଆମେରିକୀୟ ସେନେଟର ଓ ସେନେଟ ଇଣ୍ଟେଲିଜେନ୍ସ କମିଟିର ଅଧ୍ୟକ୍ଷ ମାର୍କ ୱାର୍ଣ୍ଣର, ୨୦୨୫ ମେ' ମାସରେ ଅପରେସନ ସିନ୍ଦୂର ସମୟରେ ଭାରତ ଓ ପାକିସ୍ତାନ ସଂଘର୍ଷକୁ ରୋକିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିର ପର୍ଦ୍ଦାଫାସ କରିଛନ୍ତି । ୱାର୍ଣ୍ଣର କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବାରେ ଆମେରିକାର ଭୂମିକା ଅତିରଞ୍ଜିତ ହୋଇଥିଲା । ସତ କଥା ହେଉଛି ଦୁଇ ଦେଶ ନିଜ ନିଜ ସମସ୍ୟାର ସମାଧାନ କରିଥିଲେ ।

Trump

ଭାରତ ଓ ପାକିସ୍ତାନ ସମସ୍ୟାର ସମାଧାନ କରିଥିଲେ

ମାର୍କ ୱାର୍ଣ୍ଣର ଚେତାବନୀ ଦେଇଛନ୍ତି, ଏହି ସମ୍ବେଦନଶୀଳ ସମୟରେ ଏପରି ମନ୍ତବ୍ୟ କୂଟନୈତିକ ବାତାବରଣକୁ ବିପର୍ଯ୍ୟସ୍ତ କରିବା ସହିତ ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବଢ଼ାଇବାର ଯଥେଷ୍ଟ ଆଶଙ୍କା ଥିଲା ଟ୍ରମ୍ପ ଦୁଇଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ କରିନଥିଲେ । ଭାରତ ସରକାର, ଗୁପ୍ତଚର ତଥ୍ୟ ତଥା ଆମେରିକୀୟ ଗୁପ୍ତଚର କମିଟିର ସଦସ୍ୟମାନଙ୍କଠାରୁ ମୁଁ ଯାହା ଶୁଣିଛି ଓ ପଢ଼ିଛି, ତାହା ସ୍ପଷ୍ଟ ଯେ, ଏହି ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ସମାଧାନ ହୋଇଥିଲା ।

ଟ୍ରମ୍ପ କୌଣସି ହସ୍ତକ୍ଷେପ କରିନଥିଲେ

ମାର୍କ ୱାର୍ଣ୍ଣର ସ୍ୱୀକାର କରିଛନ୍ତି, ଆମେରିକା ହୁଏତ ଏକ ସହାୟକ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିଥାଇପାରେ, କିନ୍ତୁ ଟ୍ରମ୍ପଙ୍କ ସିଧାସଳଖ ହସ୍ତକ୍ଷେପ ଦାବିକୁ ସେ ଖଣ୍ଡନ କରିଛନ୍ତି । ଏହି ସଂଘର୍ଷ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶକୁ ଏକ ବଡ଼ ବିପର୍ଯ୍ୟୟର ନିକଟତର କରିଛି କି ବୋଲି ପଚରାଯିବାରୁ, ୱାର୍ଣ୍ଣର କହିଛନ୍ତି ଯେ, ପରିସ୍ଥିତି ଗମ୍ଭୀର କିନ୍ତୁ ନୂଆ ନୁହେଁ । ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଏପରି ଅନେକ ଉତ୍ତେଜନା ଦେଖାଦେଇଛି ।

ଭାରତ ଉପରେ ଅତ୍ୟଧିକ ନଜର ରଖୁଛି ପାକିସ୍ତାନ

ମାର୍କ ୱାର୍ଣ୍ଣର କହିଛନ୍ତି, ଏହି ଘଟଣା ଏକ ପରିଚିତ ଢାଞ୍ଚାକୁ ପ୍ରତିଫଳିତ କରୁଛି । ଏହାକୁ ପୁଣି ଥରେ ଏକ ଆତଙ୍କବାଦୀ ଘଟଣା ସହିତ ଯୋଡା ଯାଇଛି ଓ ସୀମାପାର ଆତଙ୍କବାଦକୁ ଏକ ଦୀର୍ଘକାଳୀନ ଚିନ୍ତା ଭାବେ ଉଲ୍ଲେଖ କରାଯାଇଛି । ଏପରି ପରିସ୍ଥିତି ପାଇଁ ନୂଆଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ଯୋଗାଯୋଗର ବାଟ ମଧ୍ୟ ରହିଛି। ପାକିସ୍ତାନ ପ୍ରାୟତଃ ଭାରତ ଉପରେ ଅତ୍ୟଧିକ ନଜର ରଖିଥାଏ । ନିଜର ଆର୍ଥିକ ସ୍ଥିତି ପାଇଁ ଭାରତକୁ ଦାୟୀ କରିଥାଏ। ବିପରୀତରେ, ଭାରତ ବର୍ତ୍ତମାନ ସେଭଳି ସ୍ଥିତିରୁ ପ୍ରତିଯୋଗିତାରୁ ଆଗକୁ ବଢ଼ିଛି। ଭାରତର ଯୁବ ପିଢ଼ି ଆମେରିକା ସହିତ ଏକ ଦୃଢ଼ ସମ୍ପର୍କକୁ ପସନ୍ଦ କରିଥାନ୍ତି ।

ଇରାନ ଉପରେ ଆମେରିକାର ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି,ଆମେରିକାର ସାମରିକ ଲଢ଼ୁଆ ବିମାନଗୁଡ଼ିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ମାତ୍ର ଇରାନର ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିନାହାନ୍ତି । ତେହେରାନ କିଛି ମାସ ମଧ୍ୟରେ ଏହାକୁ ପୁନଃନିର୍ମାଣ କରିପାରିବେ । ୱାର୍ନର ଚିନ୍ତା ପ୍ରକାଶ କରିଛନ୍ତି ଯେ, ଆମେରିକାର ଭୂମିକାକୁ ଅତିରଞ୍ଜିତ କରିବା ସହଯୋଗୀଙ୍କ ସହିତ ବିଶ୍ୱାସକୁ ଦୁର୍ବଳ କରିପାରେ। ଭାରତ ସହିତ ବର୍ତ୍ତମାନର ଶୁଳ୍କ ବିବାଦ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସ୍ତ୍ରବିରତି ପାଇଁ ଟ୍ରମ୍ପଙ୍କୁ ପର୍ଯ୍ୟାପ୍ତ ଭାବରେ ଶ୍ରେୟ ଦେଇ ନଥିବା ଅସନ୍ତୋଷ ସହିତ ଜଡିତ ଥିବାପରି ମନେହୁଏ । ବୈଦେଶିକ ବ୍ୟାପାରର ଅନ୍ୟାନ୍ୟ ଉଦାହରଣ ଦେଇ ସେ କହିଛନ୍ତି, ଟ୍ରମ୍ପ ପ୍ରାୟତଃ ଫଳାଫଳକୁ ଅତିରଞ୍ଜିତ କରିଥାନ୍ତି । ଏପରି ଭାଷାରେ କିଛି କହିବାର କୂଟନୈତିକ ପରିଣାମ ମଧ୍ୟ ଅଛି। ଏହା ଦ୍ବାରା ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କରେ ବାଧା ସୃଷ୍ଟି ହେଉଛି। । ୱାର୍ନର ଚେତାବନୀ ଦେଇଛନ୍ତି, ଆମେରିକାର ଭୂମିକାକୁ ଅତିରଞ୍ଜିତ କରିବା ଦ୍ୱାରା ଆଞ୍ଚଳିକ ସନ୍ତୁଳନ ଅଧିକ ଜଟିଳ ହୋଇପାରେ । ଏହା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବାର ଆଶଙ୍କା ମଧ୍ୟ। ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+