ଋୁଷକୁ କଡା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି, କହିଲେ ୧୦ରୁ ୧୨ ଦିନ ମଧ୍ୟରେ.....
ସ୍କଟଲାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁଇ ସପ୍ତାହରୁ କମ ସମୟ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ଉଚିତ, ନଚେତ୍ ନୂତନ ପ୍ରତିବନ୍ଧକ ଏବଂ ଟାରିଫ୍ର ସାମ୍ନା କରିବ। ଟ୍ରମ୍ପ ଏହି ମାସର ଆରମ୍ଭରେ ମସ୍କୋକୁ ଚେତାବନୀ ଦେଇଥିଲେ, ଯଦି ରୁଷିଆ ୫୦ ଦିନ ମଧ୍ୟରେ ଶାନ୍ତି ଚୁକ୍ତିରେ ରାଜି ନ ହୁଏ ତେବେ ଆମେରିକା 'ଅତ୍ୟନ୍ତ କଠୋର ଟାରିଫ୍' ଲାଗୁ କରିବ।

ଟ୍ରମ୍ପ ସ୍କଟଲାଣ୍ଡରେ ସାମ୍ବାଦିକମାନଙ୍କୁ କହିଥିଲେ, ମୁଁ ଆଜିଠାରୁ ପ୍ରାୟ ୧୦ କିମ୍ବା ୧୨ ଦିନର ଏକ ନୂତନ ସମୟସୀମା ସ୍ଥିର କରିବାକୁ ଯାଉଛି। ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ। ଆମେ କୌଣସି ପ୍ରଗତି ଦେଖୁନାହୁଁ। ଡୋନାଲ୍ଡ ଟ୍ରମ୍ପ ୨୮ ଜୁଲାଇ ୨୦୨୫ ରେ ତାଙ୍କର ଚାରି ଦିନିଆ ବ୍ୟକ୍ତିଗତ ଗସ୍ତରେ ସ୍କଟଲାଣ୍ଡର ଟର୍ଣ୍ଣବେରୀ ଗଲ୍ଫ ରିସର୍ଟରେ ଥିଲେ। ଏହି ଗସ୍ତ ସମ୍ପୂର୍ଣ୍ଣ ଅନୌପଚାରିକ ଥିଲା।












Click it and Unblock the Notifications