‘ୟୁକ୍ରେନରେ ଶାନ୍ତି ପାଇଁ ଭାରତ ଉପରେ ଟାରିଫ ଜରୁରୀ’,କୋର୍ଟରେ ଯୁକ୍ତି....
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ବାରମ୍ବାର ବାଣିଜ୍ୟ ଚୁକ୍ତି ପାଇଁ ଧମକାଇବା ନୀତି ଉପରେ ଜୋର ଦେଉଛନ୍ତି। ସେ ଭାରତକୁ ବିଶ୍ୱର "ସବୁଠାରୁ ଅଧିକ ଟାରିଫ୍ଯୁକ୍ତ ଦେଶ" କହିଛନ୍ତି ଏବଂ ନୂଆଦିଲ୍ଲୀ କୌଣସି ଟାରିଫ୍ ଲାଗୁ ନ କରିବାର ପ୍ରସ୍ତାବ ଦେଇଛି ବୋଲି ପୁନରାବୃତ୍ତି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ, ଚାଇନା ଓ ବ୍ରାଜିଲ୍ ଭଳି ଦେଶଗୁଡ଼ିକ "ଆମକୁ ଟାରିଫ୍ରେ ହତ୍ୟା କରୁଛନ୍ତି"।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଅଦାଲତ ଟ୍ରମ୍ପଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏହି ପଦକ୍ଷେପ ଅବୈଧ ବୋଲି କୋର୍ଟ ଘୋଷଣା କରିଥିଲେ। ଟ୍ରମ୍ପ ନିଜ ସୀମା ଲଂଘନ କରି ଜରୁରିକାଳୀନ ଶକ୍ତିର ଦୁରୁପଯୋଗ କରିଥିବା କୋର୍ଟ କହିଥିଲେ।

ଆମେରିକାରେ ସୁପ୍ରିମକୋର୍ଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ଆତଙ୍କ, ଟ୍ରମ୍ପଙ୍କ ଟିମ ଯୁକ୍ତି ବାଢିଲେ ଯେ ୟୁକ୍ରେନରେ ଶାନ୍ତି ଆଣିବା ପାଇଁ ଭାରତ ଉପରେ ଶୁଳ୍କ ଚାପ ଜରୁରୀ । ତେବେ ସମ୍ପ୍ରତି, ଆମେରିକା ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି ।
ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ନିମ୍ନ ଅଦାଲତ ଅବୈଧ ଘୋଷଣା କରିଥିଲେ ଏବଂ କହିଥିଲେ ଯେ ରାଷ୍ଟ୍ରପତି ତାଙ୍କର ସୀମା ଅତିକ୍ରମ କରିଛନ୍ତି ଏବଂ ଜରୁରୀକାଳୀନ କ୍ଷମତାର ଅପବ୍ୟବହାର କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ । ଭାରତ ସମେତ ଅନେକ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କକୁ ବଜାୟ ରଖିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କୋର୍ଟରେ ଦାଖଲ ହୋଇଥିବା ଦଲିଲରେ ଚେତାବନୀ ଦେଇଛି ଯେ ଭାରତ ସମେତ ଅନେକ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ହଟାଇବା ଦ୍ୱାରା ଆମେରିକା ପାଇଁ ବାଣିଜ୍ୟ ପ୍ରତିଶୋଧ ନିଆଯିବ ଏବଂ ବିଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ଦୁର୍ବଳ କରାଯିବ।
ମିଳିଥିବା ସୂଚନା ଅନୁସାରେ, ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନରେ, ଆମେରିକାର ସଲିସିଟର ଜେନେରାଲ ଜନ୍ ସାୱର୍ ବିଚାରପତିମାନଙ୍କୁ ନିମ୍ନ ଅଦାଲତ ଦ୍ୱାରା ଅବୈଧ ଘୋଷଣା କରାଯାଇଥିବା ଏହି ଶୁଳ୍କଗୁଡ଼ିକୁ ବଜାୟ ରଖିବାକୁ ଅପିଲ୍ କରିଥିଲେ। ଆବେଦନରେ କୁହାଯାଇଛି, ଏହି ମାମଲାରେ ବିପଦରେ ଥିବା ଜିନିଷଗୁଡ଼ିକ ବହୁତ ବଡ଼ । ଦଲିଲରେ ଶୁଳ୍କକୁ ୟୁକ୍ରେନରେ ଶାନ୍ତି ପାଇଁ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ 'ଆର୍ଥିକ ବିନାଶ ବିରୁଦ୍ଧରେ ସୁରକ୍ଷା ଦେଉଥିବା ଏକ ଢାଲ ଭାବରେ ବର୍ଣ୍ଣନା କରାଯାଇଛି।
ଟ୍ରମ୍ପ ପ୍ରଶାସନ କହିଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚାଲିଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ସମ୍ପ୍ରତି ଭାରତ ଉପରେ ଶୁଳ୍କ ଲାଗୁ କରିଛୁ, କାରଣ ଏହା ରୁଷୀୟ ଶକ୍ତି ଉତ୍ପାଦ କିଣୁଛି। ଏହି ଶୁଳ୍କ ହଟାଇବା ଦ୍ୱାରା ଆମେରିକା ଆର୍ଥିକ ବିପର୍ଯ୍ୟୟର ପାର୍ଶ୍ୱକୁ ଠେଲି ହୋଇଯିବ ।
ଏଥିସହିତ ଆବେଦନରେ ଏହା ବି କୁହାଯାଇଛି ଯେ, ଏକ ବର୍ଷ ପୂର୍ବେ, ଆମେରିକା ଏକ 'ମୃତ ଦେଶ' ଥିଲା, ଏବଂ ବର୍ତ୍ତମାନ ଯେଉଁ ଦେଶଗୁଡ଼ିକ ଆମକୁ ଖରାପ ଭାବରେ ଲୁଟ କରୁଥିଲେ ସେମାନେ ଏବେ ଆମକୁ ଦେଉଥିବା ଟ୍ରିଲିୟନ ଡଲାର ଯୋଗୁଁ, ଆମେରିକା ପୁଣି ଥରେ ଏକ ଶକ୍ତିଶାଳୀ, ଆର୍ଥିକ ଦୃଷ୍ଟିରୁ ସକ୍ଷମ ଏବଂ ସମ୍ମାନିତ ଦେଶ ପାଲଟିଛି । ଟ୍ରମ୍ପ୍ ପ୍ରଶାସନ ସୁପ୍ରିମକୋର୍ଟଙ୍କୁ ଏକ ଶୀଘ୍ର ରାୟ ଜାରି କରିବାକୁ ଅନୁରୋଧ କରିଛି ଯାହା ସ୍ପଷ୍ଟ କରିବ ଯେ ରାଷ୍ଟ୍ରପତିଙ୍କ ପାଖରେ ସଂଘୀୟ ଆଇନ ଅନୁଯାୟୀ ବ୍ୟାପକ ଆମଦାନୀ କର ଲାଗୁ କରିବାର ଅଧିକାର ଅଛି। ଏହି ଆବେଦନ ଏକ ନିମ୍ନ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରେ ଯେଉଁଥିରେ ଟ୍ରମ୍ପଙ୍କ ଅଧିକାଂଶ ଶୁଳ୍କ ଜରୁରୀକାଳୀନ କ୍ଷମତାର ଅବୈଧ ବ୍ୟବହାର ଥିଲା।












Click it and Unblock the Notifications