ଆମେରିକାରେ ହିଂସା ନେଉଛି ଭୟଙ୍କର ରୂପ, ଏହି ସ୍ଥାନରେ ଟ୍ରମ୍ପ ମୁତୟନ କଲେ ୨୦୦୦ ଯବାନ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ୍ ଆଞ୍ଜେଲସ୍‌ରେ ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ୨,୦୦୦ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟପାଳ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। ଲସ ଆଞ୍ଜେଲସରେ ଫେଡେରାଲ ଇମିଗ୍ରେସନ ଅଧିକାରୀମାନେ ଶୁକ୍ରବାର ଦିନ ଇମିଗ୍ରେସନ ନିୟମ ଉଲ୍ଲଂଘନ କରିଥିବାରୁ ୪୪ ଜଣଙ୍କୁ ଗିରଫ କରିଛନ୍ତି। ଏହା ପରେ ଏକ ଫେଡେରାଲ ଡିଟେନ୍ସନ ସେଣ୍ଟର୍‌ ବାହାରେ ବିବାଦୀୟ ସ୍ଥିତି ଉପୁଜିଥିଲା। କାରଣ ଅଧିକାରୀମାନେ ଏହି କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକାଠି ହୋଇଥିବା ଲୋକମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ।

america

ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ବାଇଟ ହାଉସ ଶନିବାର ଏକ ବିବୃତ୍ତିରେ କହିଛି ଯେ ଟ୍ରମ୍ପ କାଲିଫର୍ନିଆରେ ବଢୁଥିବା ବିଶୃଙ୍ଖଳାର ମୁକାବିଲା କରିବା ପାଇଁ କାଲିଫର୍ନିଆ ନ୍ୟାସନାଲ ଗାର୍ଡ ଯବାନଙ୍କୁ ମୁତୟନ କରୁଛନ୍ତି। କାଲିଫର୍ନିଆ ରାଜ୍ୟପାଳ ଏବଂ ଡେମୋକ୍ରାଟିକ ପାର୍ଟି ନେତା ଗାଭିନ ନ୍ୟୁସମ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଏବଂ 'X' ରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ଯେ ରିପବ୍ଲିକାନ ପାର୍ଟି ନେତା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ପଦକ୍ଷେପ "ଇଚ୍ଛାକୃତ ଭାବରେ ଉତ୍ତେଜକ ଏବଂ କେବଳ ଉତ୍ତେଜନା ବୃଦ୍ଧି କରିବ। ନ୍ୟୁସମ କହିଛନ୍ତି ଯେ ଏହି ମିଶନ ଅନୁପଯୁକ୍ତ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+