ତୁଳସୀଙ୍କୁ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ଟ୍ରମ୍ପ
ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଘୋଷଣା କରୁଛନ୍ତି ଟ୍ରମ୍ପ । ପୂର୍ବତନ ସାଂସଦ ତୁଳସୀ ଗବାର୍ଡଙ୍କୁ ଦେଲେ ବଡ଼ ଦାୟିତ୍ବ । ତୁଳସୀଙ୍କୁ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ଟ୍ରମ୍ପ । ୨୦୧୩ରୁ ୨୦୨୧ ଯାଏଁ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ଥିଲେ ତୁଳସୀ । ବାଇଡେନ୍ ପ୍ରଶାସନର କଟ୍ଟର ଆଲୋଚକ ଭାବେ ଜଣାଶୁଣା ତୁଳସୀ । ମାର୍କୋ ରୁବିଓଙ୍କୁ ବୈଦେଶିକ ମନ୍ତ୍ରୀ ଘୋଷଣା କଲେ ଟ୍ରମ୍ପ ।

ସେହିପରି ଡୋନାଲ୍ଟ ଟ୍ରମ୍ପଙ୍କ ସରକାରରେ ହେଲେ ବିଶ୍ୱର ସବୁଠାରୁ ବଡ଼ ଧନୀ ତଥା ଟେସ୍ଲା ମାଲିକ ଏଲୋନ ମସ୍କ । ତାଙ୍କୁ ବଡ଼ ଦାୟିତ୍ୱ। କେବଳ ତାଙ୍କୁ ନୁହେଁ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ବିଭାଗର ଦାୟିତ୍ୱ ତୁଲାଇବାକୁ ନିଯୁକ୍ତ କରିଛନ୍ତି ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ୪ ବର୍ଷ ପରେ ପୁଣି ଥରେ ସେ ହ୍ୱାଇଟ୍ ହାଉସରେ କରିଛନ୍ତି ଏଣ୍ଟ୍ରି। ଆସନ୍ତ ବର୍ଷ ଜନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବେ। ତେବେ ଏହା ପୂର୍ବରୁ ସେ ନିଜ ଟିମ୍ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। କାହାକୁ କେଉଁ ଦାୟିତ୍ୱ ଦେବେ, କିଏ ତାଙ୍କ କ୍ୟାବିନେଟ୍ରେ ସାମିଲ ହେବେ ସେ ନେଇ ଚଳାଇଛନ୍ତି ଅଙ୍କକଷା।
ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ ସମାପ୍ତ କରିବା ଏବଂ ଫେଡେରାଲ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା। କହିବାକୁ ଗଲେ ଅଫିସର ରାଜ୍ ସମାପ୍ତ କରିବାକୁ ଉଭୟ କାମ କରିବେ ବୋଲି ଟ୍ରମ୍ପ ଆଶାବାଦୀ ଅଛନ୍ତି।
ଟ୍ରମ୍ପଙ୍କ ଅନୁଯାୟୀ, ସରକାରୀ ସମ୍ବଳର ଅପବ୍ୟବହାରକୁ ରୋକିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ଏବଂ ଅନାବଶ୍ୟକ ନିୟମ ହଟାଇବା ପାଇଁ ଏହି ବିଭାଗ କାର୍ଯ୍ୟ କରିବ। ଟ୍ରମ୍ପ ଏହାକୁ ତାଙ୍କର ସେଭ ଆମେରିକା ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି।
ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଏଲନ୍ ମସ୍କ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ତଥା ଉଦ୍ୟୋଗୀ ବିବେକ ରାମସ୍ୱାମୀଙ୍କୁ DoGE ବିଭାଗର ଦାୟିତ୍ୱ ଦିଆଯାଇଛି। ତାଙ୍କର ଅଭିନବ ତଥା ପ୍ରଭାବଶାଳୀ ଚିନ୍ତାଧାରା ପାଇଁ ଜଣାଶୁଣା ଏଲନ୍ ମସ୍କ ଏହି ବିଭାଗରେ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ଉପରେ କାର୍ଯ୍ୟ କରିବେ। ଯାହା ଦ୍ୱାର ସରକାରୀ ସେବାଗୁଡିକ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ। ବିବେକ ରାମସ୍ୱାମୀ: ତାଙ୍କର ସ୍ୱଚ୍ଛ ଚିନ୍ତାଧାରା ଏବଂ ବ୍ୟବସାୟିକ ଦକ୍ଷତା ପାଇଁ ଜଣାଶୁଣା। ବିବେକ ସରକାରୀ ଖର୍ଚ୍ଚ କାଟ୍ ଏବଂ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ ଉପରେ ଧ୍ୟାନ ଦେବେ।












Click it and Unblock the Notifications