ସହି ପାରୁନାହାନ୍ତି ଟ୍ରମ୍ପ୍; ଋଷ ଦେଲେ ଧମକ, କହିଲେ ବନ୍ଦ କର ଯୁଦ୍ଧ ନଚେତ୍...

ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ । ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟକଳାପ ପାଇଁ ରୁଷ ଉପରେ ଅଧିକ ପ୍ରତିବନ୍ଧ ଲଗାଇବାକୁ "ସମସ୍ତ ବିକଳ୍ପ ଟେବୁଲ୍ ଉପରେ ରହିଛି ।

Trump

ଏହି ବିବୃତ୍ତି ଡୋନାଲ୍ଡ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲାସ୍କା ଶିଖର ସମ୍ମେଳନୀ ଓ ପରେ ହ୍ୱାଇଟ୍ ହାଉସ୍ ରେ ଯୁରୋପୀୟ ନେତା ଏବଂ ୟୁକ୍ରେନ୍ ର ରାଷ୍ଟ୍ରପତି ଜେଲେନସ୍କି ସହିତ ହୋଇଥିବା ଆଲୋଚନା ପରେ ଆସିଛି ।

ବେସେଣ୍ଟ କହିଛନ୍ତି ପୁଟିନ୍ ଶାନ୍ତିର ପଥ ଅନୁସରଣ କରିବାରୁ ବିପରୀତ କାମ କରିଛନ୍ତି । ୟୁକ୍ରେନରେ ରୁଷୁର ଆକ୍ରମଣ ଜାରି ରହିଛି । ଟ୍ରମ୍ପ ପ୍ରଶାସନ ଆସନ୍ତା ସପ୍ତାହରେ ପ୍ରତିବନ୍ଧ ଲଗାଇବାକୁ ଚିନ୍ତା କରିବ ବୋଲି ବେସେଣ୍ଟ କହିଛନ୍ତି । ଗତକାଲି ଟାରିଫ ନେଇ ଭାରତକୁ ପୁଣି ଟାର୍ଗେଟ କରିଥିଲେ ଟ୍ରମ୍ପ । ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ ବୋଲି କହିଥିଲେ । ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ଅସନ୍ତୋଷ ଝାଡିଥିଲେ ଆମେରିକା ରାଷ୍ଟ୍ରପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+